ପୁଣି ଥରିଲା ରାଜଧାନୀ
ନୂଆଦିଲ୍ଲୀ,୧୧ା୧: ଗୁରୁବାର ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନ୍ସିଆର୍ରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି। ପାକ୍-ଆଫଗାନିସ୍ତାନ ସୀମା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଅଟେ। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଲୋକମାନେ ଦୀର୍ଘ ସମୟ ଧରି ଏହାର ଝଟ୍କା ଅନୁଭବ କରିଥିଲେ। ଫଳରେ ଲୋକେ ଘରୁ ଏବଂ ଅଫିସରୁ ବାହାରକୁ ଚାଲିଆସିଥିଳେ। ଆମେରିକାର ଭୂତତ୍ତ୍ୱ […] The post ପୁଣି ଥରିଲା ରାଜଧାନୀ appeared first on Dharitri Odia News.
ନୂଆଦିଲ୍ଲୀ,୧୧ା୧: ଗୁରୁବାର ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନ୍ସିଆର୍ରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି। ପାକ୍-ଆଫଗାନିସ୍ତାନ ସୀମା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଅଟେ।
ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଲୋକମାନେ ଦୀର୍ଘ ସମୟ ଧରି ଏହାର ଝଟ୍କା ଅନୁଭବ କରିଥିଲେ। ଫଳରେ ଲୋକେ ଘରୁ ଏବଂ ଅଫିସରୁ ବାହାରକୁ ଚାଲିଆସିଥିଳେ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ପ୍ରଦେଶର ଜର୍ମରେ ଥିଲା। ଏଠାରେ ଘଟିଥିବା ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ମାପ କରାଯାଇଥିବା ବେଳେ ଦ୍ୱିତୀୟ ଭୂକମ୍ପ ଆହୁରି ତୀବ୍ର ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ହସ୍ତଗତ ହୋଇନାହିଁ।
The post ପୁଣି ଥରିଲା ରାଜଧାନୀ appeared first on Dharitri Odia News.