ପୁଣି ଥରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍‌ ହସିନା, ଘନିଷ୍ଠ ବନ୍ଧୁ ଭାରତକୁ କହିଲେ ‘ଧନ୍ୟବାଦ’

ଢାକା,୧୩।୩: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ଦେଶକୁ ଫେରିବାକୁ ଯାଉଛନ୍ତି। ଏନେଇ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ଯୁକ୍ତରାଷ୍ଟ୍ର ଆୱାମୀ ଲିଗର ଉପାଧ୍ୟକ୍ଷ ରାବି ଆଲାମ ଦାବି କରିଛନ୍ତି। ANI ସହିତ ସାକ୍ଷାତକାର ସମୟରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ମଧ୍ୟ ସେ କହିଛନ୍ତି ଯେ “ହାସିନା ଯେଉଁଠାରୁ ଆସିଥିଲେ ସେଠାକୁ ଫେରିଯିବେ’। ଶେଖ ହାସିନାଙ୍କ ଘନିଷ୍ଠ ସହଯୋଗୀ ରାବି ଆଲାମ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ […] The post ପୁଣି ଥରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍‌ ହସିନା, ଘନିଷ୍ଠ ବନ୍ଧୁ ଭାରତକୁ କହିଲେ ‘ଧନ୍ୟବାଦ’ appeared first on Dharitri Odia News.

ପୁଣି ଥରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍‌ ହସିନା, ଘନିଷ୍ଠ ବନ୍ଧୁ ଭାରତକୁ କହିଲେ ‘ଧନ୍ୟବାଦ’

ଢାକା,୧୩।୩: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ଦେଶକୁ ଫେରିବାକୁ ଯାଉଛନ୍ତି। ଏନେଇ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ଯୁକ୍ତରାଷ୍ଟ୍ର ଆୱାମୀ ଲିଗର ଉପାଧ୍ୟକ୍ଷ ରାବି ଆଲାମ ଦାବି କରିଛନ୍ତି। ANI ସହିତ ସାକ୍ଷାତକାର ସମୟରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ମଧ୍ୟ ସେ କହିଛନ୍ତି ଯେ “ହାସିନା ଯେଉଁଠାରୁ ଆସିଥିଲେ ସେଠାକୁ ଫେରିଯିବେ’।

ଶେଖ ହାସିନାଙ୍କ ଘନିଷ୍ଠ ସହଯୋଗୀ ରାବି ଆଲାମ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି କହିଛନ୍ତି ଯେ, ବାଲାଂଦେଶ ଉପରେ ଆକ୍ରମଣ ହେଉଛି। ଅନ୍ତର୍ଜାତୀୟ ସମୁଦାୟକୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ରାଜନୈତିକ ବିଦ୍ରୋହ ଠିକ ଅଛି, କିନ୍ତୁ ବାଂଲାଦେଶରେ ଏହା ହେଉନାହିଁ। ଏହା ଏକ ଆତଙ୍କବାଦୀ ବିଦ୍ରୋହ ବୋଲି ସେ କହିଛନ୍ତି।

ରାବି ଆଲାମ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଦେଶର ଅନେକ ନେତା ଭାରତରେ ଆଶ୍ରୟ ନେଇଛନ୍ତି। ଏହି ସୁବିଧା ଯୋଗାଇବା ପାଇଁ ଆମେ ଭାରତ ସରକାରଙ୍କ ପ୍ରତି ବହୁତ କୃତଜ୍ଞ। ଆମର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ସୁରକ୍ଷିତ ଯାତ୍ରା ମାର୍ଗ ଯୋଗାଇ ଦେବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଆମେ ଭାରତର ଲୋକଙ୍କ ପ୍ରତି କୃତଜ୍ଞ।

The post ପୁଣି ଥରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍‌ ହସିନା, ଘନିଷ୍ଠ ବନ୍ଧୁ ଭାରତକୁ କହିଲେ ‘ଧନ୍ୟବାଦ’ appeared first on Dharitri Odia News.