ପୁଣି ଦାଦନ ଦୁଃଖ; ମୁମ୍ବାଇରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଦାଦନ ଖଟିବାକୁ ଯାଇ ଆଖିବୁଜିଲେ ଶ୍ରମିକ। ମୃତ ଶ୍ରମିକ ଜଣଙ୍କ ହେଲେ ଅଜୟ ସିଂ। ମହାରାଷ୍ଟ୍ରର ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।
ପୁଣି ଦାଦନ ଦୁଃଖl ମୁମ୍ବାଇରେ ଦାଦନ ଖଟିବାକୁ ଯାଇଥିବା ବେଳେ ଗଜପତି ଅଡ଼ବା ଥାନା ଅନ୍ତର୍ଗତ ଗରଡ଼ମା ଗାଁର ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ତାଙ୍କ ନାଁ ଅଜୟ ସିଂ। ଅଜୟ ମାସକ ତଳେ ମୁମ୍ବାଇ ଯାଇଥିଲେ। ହେଲେ ଆଜି ସକାଳେ ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହକୁ ପୋଲିସ୍ ଜବତ କରିଛି।
ତେବେ କେଉଁ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଗରିବ ପରିବାର ପାଖେ ପୁଅର ମୃତଦେହକୁ ଘରକୁ ଆଣିବାର ବି ସମ୍ବଳ ନାହିଁ। ତେଣୁ ମୃତଦେହକୁ ଫେରିବା ଆଣିବାକୁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ମୃତ ଶ୍ରମିକଙ୍କ ମାଆ।
ଅଧିକ ପଢ଼ନ୍ତୁ: ଶୁଖୁନି ମା’ର ଲୁହ, ଦାଦନ ଯାଇ ଫେରୁନି ପୁଅ
ସୂଚନା ମୁତାବକ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଗରଡ଼ମା ଗାଁର ଅଜୟ ମାସକ ତଳେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ। ଗତକାଲି ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହକୁ ପୋଲିସ୍ ଜବତ କରିଛି। ତେବେ କେଉଁ ଅବସ୍ଥାରେ ଅଜୟଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। ଅଜୟଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ। ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ଅନ୍ୟପକ୍ଷରେ ଅଜୟଙ୍କ ପରିବାର ଲୋକଙ୍କ ପାଖରେ ପୁଅର ମୃତଦେହ ମୁମ୍ବାଇରୁ ଘରକୁ ଆଣିବାକୁ ସମ୍ବଳ ନାହିଁ। ମୃତଦେହକୁ ଫେରିବା ଆଣିବାକୁ ସରକାର ଆକୁଳ ନିବେଦନ କରିଛନ୍ତି ମୃତ ଶ୍ରମିକଙ୍କ ମା’। ମୃତ ଶ୍ରମିକଙ୍କ ମା’ କହିଛନ୍ତି, ପେଟ ପାଟଣା ପାଇଁ ମୋ ପୁଅ ବାହାରକୁ କାମକୁ ଯାଇଥିଲା। ମୋ ପୁଅର ମୃତଦେହ ମୋ ଘରକୁ ଫେରାଇ ଆଣନ୍ତୁ।