ପୁଣି ନନ୍ଦନକାନନରେ ପଶିଲେ ଅସାମାଜିକ ଯୁବକ, କର୍ମଚାରୀଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ

ଭୁବନେଶ୍ବର ୩/୬: ପୁଣି ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ । ସୋମବାର ପାଇଁ ନନ୍ଦନକାନନ ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିଲେ ମଧ୍ୟ କର୍ମଚାରୀଙ୍କ ପାଇଁ ଗେଟ୍‌ ଖୋଲା ଥିଲା । ଏହାର ସୁଯୋଗ ନେଇ ଜଣେ ଯୁବକ ବାଇକ ନେଇ ଭିତରକୁ ପଶିବା ସହ ବାଘ ଖୁଆଡ ପାଖକୁ ଯାଇଥିଲା । ସେଠାରେ ଥିବା ସୁରକ୍ଷା କର୍ମୀ ଯୁବକକୁ ପଶିବାକୁ ବାରଣ କଲେ ମଧ୍ୟ ସେ ଶୁଣିନଥିଲା ଓଲଟି ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ନନ୍ଦନକାନନରେ ମାସକ ପୂର୍ବରୁ ମଧ୍ୟ ସମାନ ଘଟଣା ଘଟିଥିଲା । ଭିତରେ ପଶିଥିବା ୨ ଜଣ ଅସାମାଜିକ ଯୁବକଙ୍କୁ ଗିରଫ କରାଯାଇଥିଲା । ବାରମ୍ବାର ଏମିତି ଘଟଣା ଘଟୁଥିବାରୁ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । 

ପୁଣି ନନ୍ଦନକାନନରେ ପଶିଲେ ଅସାମାଜିକ ଯୁବକ, କର୍ମଚାରୀଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ

ଭୁବନେଶ୍ବର ୩/୬: ପୁଣି ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ । ସୋମବାର ପାଇଁ ନନ୍ଦନକାନନ ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିଲେ ମଧ୍ୟ କର୍ମଚାରୀଙ୍କ ପାଇଁ ଗେଟ୍‌ ଖୋଲା ଥିଲା । ଏହାର ସୁଯୋଗ ନେଇ ଜଣେ ଯୁବକ ବାଇକ ନେଇ ଭିତରକୁ ପଶିବା ସହ ବାଘ ଖୁଆଡ ପାଖକୁ ଯାଇଥିଲା । ସେଠାରେ ଥିବା ସୁରକ୍ଷା କର୍ମୀ ଯୁବକକୁ ପଶିବାକୁ ବାରଣ କଲେ ମଧ୍ୟ ସେ ଶୁଣିନଥିଲା ଓଲଟି ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିଲା । 

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ନନ୍ଦନକାନନରେ ମାସକ ପୂର୍ବରୁ ମଧ୍ୟ ସମାନ ଘଟଣା ଘଟିଥିଲା । ଭିତରେ ପଶିଥିବା ୨ ଜଣ ଅସାମାଜିକ ଯୁବକଙ୍କୁ ଗିରଫ କରାଯାଇଥିଲା । ବାରମ୍ବାର ଏମିତି ଘଟଣା ଘଟୁଥିବାରୁ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି ।