ପୁଣି ପିସିବି ନିରାଶ, କୋଟି କୋଟି ଟଙ୍କାର ଅଫରକୁ ଅଗ୍ରାହ୍ୟ କଲେ ଏହି ପୂର୍ବତନ ଖେଳାଳି
ନୂଆଦିଲ୍ଲୀ: ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ବିଶ୍ଵ ମଞ୍ଚରେ ଉପହାସର ପାତ୍ର ପାଲଟିଥିବା ପାକିସ୍ତାନକୁ ବେଳେ କ୍ରୀଡ଼ା ମଞ୍ଚରେ ବି ଲଜ୍ଜିତ ହେବାକୁ ପଡ଼ିଥାଏ। ଏବେ କ୍ରିକେଟ୍କୁ ନେଇ ପୁଣି ଥରେ ପାକିସ୍ତାନ କ୍ରିକେଟ୍କୁ ଲଜ୍ଜିତ ହେବାକୁ ପଡ଼ିଛି। ପାକିସ୍ତାନ କ୍ରିକେଟ୍ ଦଲର କୋଚ୍ ହେବା ପାଇଁ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ ଓ୍ଵାଟସନଙ୍କୁ କୋଟି କୋଟି ଟଙ୍କାର ଅଫର ଯାଚିଥିଲା ପିସିବି। ମାତ୍ର ଓ୍ଵାଟସନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପିସିବି ଓ୍ଵାଟସନଙ୍କୁ ମୁଖ୍ୟ କୋଚ୍ ପଦ ପାଇଁ ୧୭ କୋଟି ଟଙ୍କା ଯାଚିଥିଲା।Also read: IPL 2024 ପୂର୍ବରୁ CSKକୁ ଝଟକା, ଆହତ ହେଲେଣି ୩ ଖେଳାଳି; ଜଣଙ୍କୁ ଆମ୍ବୁଲାନ୍ସରେ ନେବାକୁ ପଡ଼ିଲା ହସ୍ପିଟାଲ୍ଗଣମାଧ୍ୟମ ରିପୋର୍ଟ ଅନୁ୍ଯାୟୀ, ସେନ ଓ୍ଵାଟସନ ଆରମ୍ଭରେ ପାକିସ୍ତାନ କ୍ରିକେଟ୍ ଦଳର କୋଚ୍ ହେବା ପାଇଁ ଇଚ୍ଛୁକ ଥିଲେ। ଏଥିପାଇଁ ସେ ପ୍ୟାକେଜ୍ ସହ ଓ ଅନ୍ୟ କିଛି ସର୍ତ୍ତ ରଖିଥିଲେ, ଯାହା ପାଇଁ ପ୍ରସ୍ତୁତ ନ ଥିଲା ପିସିବି। ଆଉ ପୂର୍ବତନ ଅଲରାଉଣ୍ଡର ଓ୍ଵାଟସନ ମଧ୍ୟ ପିସିବିର ପ୍ରସ୍ତାବିଜ ପ୍ୟାକେଜ୍ ଗ୍ରହଣ କରିବାକୁ ରାଜି ନ ଥିଲେ। ଫଳରେ ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ଓ୍ଵାଟସନ। ସେ କହିଛନ୍ତି ଆଇପିଏଲ୍ ବ୍ୟତୀତ ଆମେରିକା ଲିଗ୍ ସହ କଣ୍ଟ୍ରାକ୍ଟ ରହିଛି। ଏହା ବାଦ୍ ସେ ସିଡନୀରେ ପରିବାର ସହ ସମୟ ବିତାଇବାକୁ ଚାହାନ୍ତି।
ନୂଆଦିଲ୍ଲୀ: ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ବିଶ୍ଵ ମଞ୍ଚରେ ଉପହାସର ପାତ୍ର ପାଲଟିଥିବା ପାକିସ୍ତାନକୁ ବେଳେ କ୍ରୀଡ଼ା ମଞ୍ଚରେ ବି ଲଜ୍ଜିତ ହେବାକୁ ପଡ଼ିଥାଏ। ଏବେ କ୍ରିକେଟ୍କୁ ନେଇ ପୁଣି ଥରେ ପାକିସ୍ତାନ କ୍ରିକେଟ୍କୁ ଲଜ୍ଜିତ ହେବାକୁ ପଡ଼ିଛି। ପାକିସ୍ତାନ କ୍ରିକେଟ୍ ଦଲର କୋଚ୍ ହେବା ପାଇଁ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ ଓ୍ଵାଟସନଙ୍କୁ କୋଟି କୋଟି ଟଙ୍କାର ଅଫର ଯାଚିଥିଲା ପିସିବି। ମାତ୍ର ଓ୍ଵାଟସନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପିସିବି ଓ୍ଵାଟସନଙ୍କୁ ମୁଖ୍ୟ କୋଚ୍ ପଦ ପାଇଁ ୧୭ କୋଟି ଟଙ୍କା ଯାଚିଥିଲା।
Also read: IPL 2024 ପୂର୍ବରୁ CSKକୁ ଝଟକା, ଆହତ ହେଲେଣି ୩ ଖେଳାଳି; ଜଣଙ୍କୁ ଆମ୍ବୁଲାନ୍ସରେ ନେବାକୁ ପଡ଼ିଲା ହସ୍ପିଟାଲ୍
ଗଣମାଧ୍ୟମ ରିପୋର୍ଟ ଅନୁ୍ଯାୟୀ, ସେନ ଓ୍ଵାଟସନ ଆରମ୍ଭରେ ପାକିସ୍ତାନ କ୍ରିକେଟ୍ ଦଳର କୋଚ୍ ହେବା ପାଇଁ ଇଚ୍ଛୁକ ଥିଲେ। ଏଥିପାଇଁ ସେ ପ୍ୟାକେଜ୍ ସହ ଓ ଅନ୍ୟ କିଛି ସର୍ତ୍ତ ରଖିଥିଲେ, ଯାହା ପାଇଁ ପ୍ରସ୍ତୁତ ନ ଥିଲା ପିସିବି। ଆଉ ପୂର୍ବତନ ଅଲରାଉଣ୍ଡର ଓ୍ଵାଟସନ ମଧ୍ୟ ପିସିବିର ପ୍ରସ୍ତାବିଜ ପ୍ୟାକେଜ୍ ଗ୍ରହଣ କରିବାକୁ ରାଜି ନ ଥିଲେ। ଫଳରେ ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ଓ୍ଵାଟସନ। ସେ କହିଛନ୍ତି ଆଇପିଏଲ୍ ବ୍ୟତୀତ ଆମେରିକା ଲିଗ୍ ସହ କଣ୍ଟ୍ରାକ୍ଟ ରହିଛି। ଏହା ବାଦ୍ ସେ ସିଡନୀରେ ପରିବାର ସହ ସମୟ ବିତାଇବାକୁ ଚାହାନ୍ତି।

ସୂଚନାଯୋଗ୍ୟ, ଗତ ଦିନରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ ନଖଭି କହିଥିଲେ, ଆମେ ଜାତୀୟ ଦଳ ପାଇଁ ବିଦେଶୀ କୋଚ୍ ନିଯୁକ୍ତ କରିବାକୁ ଚାହୁଁଛୁ। ନୂତନ କୋଚ୍ ଆଗାମୀ ଟି-୨୦ ବିଶ୍ଵକପ୍ ଓ ଆସନ୍ତା ବର୍ଷ ଚାମ୍ପିଅନ୍ସ ଟ୍ରଫି ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ୍ ଦଳର କୋଚ୍ ଦାୟିତ୍ଵ ସମ୍ଭାଳିବେ। ସେନ ଓ୍ଵାଟସନ ମନା କରିବା ପରେ ଏବେ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ୟୁନିସ୍ ଖାନ, ମହମ୍ମଦ ୟୁସୁଫ, ଇଞ୍ଜାମାମ ଉଲ ହକ ଓ ମୋଇନ ଖାନଙ୍କ ନାଁ ଉପରେ ବିଚାର କରୁଛି।