ପୁଣି ଫଶିଲେ ବିଗ୍ବସ୍ ବିଜେତା ଏଲ୍ଭିସ ଯାଦବ, ରେଷ୍ଟୁରାଣ୍ଟ ଭିତରେ କଲେ ମାର୍ପିଟ୍
ରେଷ୍ଟୁରାଣ୍ଟ ଭିତରେ ସେ ମାର୍ପିଟ୍ କରୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପୁଣି ଫଶିଲେ ବିଗ୍ବସ୍ ଓଟିଟି ବିଜେତା ତଥା ଜଣାଶୁଣା ୟୁଟ୍ୟୁବର୍ ଏଲ୍ଭିସ୍ ଯାଦବ। ରେଷ୍ଟୁରାଣ୍ଟ ଭିତରେ କଲେ ମାର୍ପିଟ୍। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି।
ଏଲ୍ଭିସ ଯାଦବଙ୍କ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ସେ ରେଷ୍ଟୁରାଣ୍ଟରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରୁଥିବା ନଜର ଆସିଛନ୍ତି। ଏଥିସହ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ତାଙ୍କ ଟିମ୍ ତାଙ୍କୁ କାବୁ କରୁଥିବା ନଜର ଆସିଛନ୍ତି। ଭିଡିଓରେ ଏଲ୍ଭିସଙ୍କ ଆଖପାଖରେ କିଛି ପୁଲିସ କର୍ମୀ ମଧ୍ୟ ଥିବା ନଜର ଆସିଛନ୍ତି। ଜୟପୁରର ଏକ ରେଷ୍ଟୁରାଣ୍ଟରେ ଏହି ଘଟଣା ଘଟିଥିବା କୁହାଯାଉଛି।
ଏକ ସୋଶାଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି ଯେ, ରେଷ୍ଟୁରାଣ୍ଟରେ ବସିଥିବା ବ୍ୟକ୍ତି ଜଣକ ଏଲ୍ଭିସ ଯାଦବ ଓ ତାଙ୍କ ପରିବାର ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ। ଏହାଶୁଣି ରାଗି ଯାଇଥିଲେ ଏଲ୍ଭିସ। ସେପଟେ ରେଷ୍ଟୁରାଣ୍ଟରେ ମାରପିଟ୍ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଏଲ୍ଭିସ ଏକ ଅଡିଓ ରିଲିଜ କରି ପୂରା ମାମଲାରେ ସିଫେଇ ଦେଇଛନ୍ତି।