ପୁଣି ବଢ଼ିଲା ଆପ୍ ନେତା ସଞ୍ଜୟ ସିଂଙ୍କ ଅଡୁଆ
ନୂଆଦିଲ୍ଲୀ: ପୁଣି ବଢ଼ିଲା ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଅଡୁଆ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ... The post ପୁଣି ବଢ଼ିଲା ଆପ୍ ନେତା ସଞ୍ଜୟ ସିଂଙ୍କ ଅଡୁଆ appeared first on .
ନୂଆଦିଲ୍ଲୀ: ପୁଣି ବଢ଼ିଲା ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଅଡୁଆ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସାଂସଦଙ୍କୁ ମିଳିଲାନି ବେଲ୍। ଆଜି ପୁଣି ଥରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।
ଦିଲ୍ଲୀ ମଦନୀତି ମାମଲାରେ ଦିଲ୍ଲା ହାଇକୋର୍ଟ କହିଛନ୍ତି- ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଯଥାର୍ଥ। ଅର୍ଥ ହେରଫେର ମାମଲାରେ ସଞ୍ଜୟଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସମ୍ପୃକ୍ତି ସ୍ପଷ୍ଟ ବୋଲି କହିଛନ୍ତି ହାଇକୋର୍ଟ। ସେପଟେ ସଞ୍ଜୟଙ୍କ ଓକିଲ କହିଛନ୍ତି- ସଞ୍ଜୟଙ୍କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗିରଫ କରାଯାଇଛି। ସେ ବେଆଇନ ଅର୍ଥ କାରବାର ମାମଲାରେ ସମ୍ପୃକ୍ତ ନୁହନ୍ତି । ସେପଟେ ଆସନ୍ତା ଜାନୁଆରୀ ୩ରେ ହାଜର ହେବା ଲାଗି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ଜାରି କରିଛି ସମନ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପର ବହୁ ବଡ ବଡ ନେତା ଫସିଛନ୍ତି। ଅକ୍ଟୋବର ୪ରେ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ଇଡି।
The post ପୁଣି ବଢ଼ିଲା ଆପ୍ ନେତା ସଞ୍ଜୟ ସିଂଙ୍କ ଅଡୁଆ appeared first on .