ପୁଣି ବଢିଲା କଂଗ୍ରେସର ଅଡୁଆ: ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ

ଗାନ୍ଧୀନଗର,୨୧।୪: ଗଜରାଟର ସୁରଟ ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାଖ୍ୟାନ ହୋଇଯାଇଛି। ତାଙ୍କର ତିନିଜଣ ପ୍ରସ୍ତାବକ ନାମାଙ୍କନ ପତ୍ରରେ ଦସ୍ତଖତ ସେମାନଙ୍କର ନୁହେଁ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ଆଫିଡେଭିଟ ଦାଖଲ କରିଥିଲେ। ଏଥି ସହିତ ସୁରଟରୁ କଂଗ୍ରେସର ବିକଳ୍ପ ପ୍ରାର୍ଥୀ ସୁରେଶ ପଡସାଲାରଙ୍କ ନାମାଙ୍କନ ପତ୍ର ମଧ୍ୟ ଅବୈଧ ଘୋଷିତ ହୋଇଛି। ଏହି କାରଣରୁ ଗୁଜରାଟର ମୁଖ୍ୟ ବିରୋଧୀ ଦଳ ସହରରେ ନିର୍ବାଚନ ପ୍ରତିଯୋଗିତାରୁ ବାଦ […] The post ପୁଣି ବଢିଲା କଂଗ୍ରେସର ଅଡୁଆ: ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ appeared first on Dharitri Odia News.

ପୁଣି ବଢିଲା କଂଗ୍ରେସର ଅଡୁଆ: ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ

ଗାନ୍ଧୀନଗର,୨୧।୪: ଗଜରାଟର ସୁରଟ ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାଖ୍ୟାନ ହୋଇଯାଇଛି। ତାଙ୍କର ତିନିଜଣ ପ୍ରସ୍ତାବକ ନାମାଙ୍କନ ପତ୍ରରେ ଦସ୍ତଖତ ସେମାନଙ୍କର ନୁହେଁ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ଆଫିଡେଭିଟ ଦାଖଲ କରିଥିଲେ।
ଏଥି ସହିତ ସୁରଟରୁ କଂଗ୍ରେସର ବିକଳ୍ପ ପ୍ରାର୍ଥୀ ସୁରେଶ ପଡସାଲାରଙ୍କ ନାମାଙ୍କନ ପତ୍ର ମଧ୍ୟ ଅବୈଧ ଘୋଷିତ ହୋଇଛି। ଏହି କାରଣରୁ ଗୁଜରାଟର ମୁଖ୍ୟ ବିରୋଧୀ ଦଳ ସହରରେ ନିର୍ବାଚନ ପ୍ରତିଯୋଗିତାରୁ ବାଦ ପଡିଛନ୍ତି। ରିଟର୍ଣ୍ଣିଂ ଅଫିସର ସୌରଭ ପାରଧୀ ତାଙ୍କ ଆଦେଶରେ କହିଛନ୍ତି, କୁମ୍ବାନୀ ଏବଂ ପଡସାଲାରଙ୍କ ଦ୍ୱାରା ଦାଖଲ ହୋଇଥିବା ନାମାଙ୍କନପତ୍ରରେ ପ୍ରସ୍ତାବକଙ୍କ ଦସ୍ତଖତରେ ତ୍ରୁଟି ଦେଖିବାକୁ ମିଳିଥିଲା। ଯାହା ପରେ ନାମାଙ୍କନପତ୍ର ଖାରଜ କରାଯାଇଥିଲା। ପ୍ରସ୍ତାବକଙ୍କ ପ୍ରକୃତ ଦସ୍ତଖତ ନ ଥିଲା।

The post ପୁଣି ବଢିଲା କଂଗ୍ରେସର ଅଡୁଆ: ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ appeared first on Dharitri Odia News.