ପୁଣି ବଢିଲା ଜେପି ନଡାଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ,୧୮।୨: ଭାଜପା ସଭାପତି ଭାବେ ଜେପି ନଡା କାର୍ଯ୍ୟକାଳ ପୁଣି ବୃଦ୍ଧି କରାଯାଇଛି। ସେ ଆସନ୍ତା ଜୁନ୍ ପର୍ଯ୍ୟନ୍ତ ଦଳର ସଭାପତି ରହିବେ ବୋଲି ଜଣାପଡିଛି। ଜାନୁଆରୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏହି ନିଷ୍ପତ୍ତି ରବିବାର ଦଳର ଜାତୀୟ ପରିଷଦ ଦ୍ୱାରା ଅନୁମୋଦିତ ହୋଇଛି। ଦଳର ସଂସଦୀୟ ବୋର୍ଡ ଦ୍ୱାରା ପରବର୍ତ୍ତୀ ଅନୁମୋଦନ ଅନୁଯାୟୀ ଜେପି ନଡା ସ୍ବାଧୀନ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଇଛି। ଜେପି ନଡା ୨୦୧୯ରେ ଭାଜପା […] The post ପୁଣି ବଢିଲା ଜେପି ନଡାଙ୍କ କାର୍ଯ୍ୟକାଳ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୨: ଭାଜପା ସଭାପତି ଭାବେ ଜେପି ନଡା କାର୍ଯ୍ୟକାଳ ପୁଣି ବୃଦ୍ଧି କରାଯାଇଛି। ସେ ଆସନ୍ତା ଜୁନ୍ ପର୍ଯ୍ୟନ୍ତ ଦଳର ସଭାପତି ରହିବେ ବୋଲି ଜଣାପଡିଛି। ଜାନୁଆରୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏହି ନିଷ୍ପତ୍ତି ରବିବାର ଦଳର ଜାତୀୟ ପରିଷଦ ଦ୍ୱାରା ଅନୁମୋଦିତ ହୋଇଛି।
ଦଳର ସଂସଦୀୟ ବୋର୍ଡ ଦ୍ୱାରା ପରବର୍ତ୍ତୀ ଅନୁମୋଦନ ଅନୁଯାୟୀ ଜେପି ନଡା ସ୍ବାଧୀନ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଇଛି।
ଜେପି ନଡା ୨୦୧୯ରେ ଭାଜପା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ନେଇଥିଲେ। ଯେତେବେଳେ ଦଳର ମୁଖ୍ୟ ଅମିତ ଶାହା କେନ୍ଦ୍ର ମନ୍ତ୍ରୀ ହୋଇଥିଲେ। ନଡା ୨୦୨୦ରେ ପୂର୍ଣ୍ଣକାଳୀନ ପାର୍ଟି ସଭାପତି ଗ୍ରହଣ କରିଥିଲେ।
The post ପୁଣି ବଢିଲା ଜେପି ନଡାଙ୍କ କାର୍ଯ୍ୟକାଳ appeared first on Dharitri Odia News.