ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ଫାଇଭ ଟି…
ଭୁବନେଶ୍ୱର,୫।୧୦: ଫାଇଭ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଫାଇଭ ଟିକୁ ଉଲ୍ଲେଖ କରି କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କାନ୍ଥରେ ରଙ୍ଗ ମାରିଲେ ଶିକ୍ଷା ମାନ ବଢ଼ିବନି । ଫାଇଭ ଟି ସ୍କୁଲର ରୂପାନ୍ତରଣ କିଭଳି ଅବସ୍ଥାରେ ଅଛି ଦେଖିପାରିବେ। ରୂପାନ୍ତରଣ ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରି ଦିଆଯାଇଛି। କାନ୍ଥରେ ରଙ୍ଗ ମାରିଦେଲେ ଶିକ୍ଷାର ଗୁଣାତ୍ମକ ମାନ […] The post ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ଫାଇଭ ଟି… appeared first on Dharitri Odia News.
ଭୁବନେଶ୍ୱର,୫।୧୦: ଫାଇଭ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଫାଇଭ ଟିକୁ ଉଲ୍ଲେଖ କରି କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କାନ୍ଥରେ ରଙ୍ଗ ମାରିଲେ ଶିକ୍ଷା ମାନ ବଢ଼ିବନି ।
ଫାଇଭ ଟି ସ୍କୁଲର ରୂପାନ୍ତରଣ କିଭଳି ଅବସ୍ଥାରେ ଅଛି ଦେଖିପାରିବେ। ରୂପାନ୍ତରଣ ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରି ଦିଆଯାଇଛି। କାନ୍ଥରେ ରଙ୍ଗ ମାରିଦେଲେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିଯିବନି। ଫାଇଭ ଟି ସ୍କୁଲର ଭିତ୍ତିଭୂମି ଦେଖିଲେ ବହୁତ ଦୁଃଖ ଲାଗେ। ହରଣ, ଗୁଣନ ବି ସେଠାରେ ପଢୁଥିବା ପିଲା କରିପାରୁନାହାନ୍ତି। ହେଲେ ଆମ ସରକାର ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ସ୍କୁଲ କରିବେ। ପ୍ରତି ଗ୍ରାମରୁ ବଛା ବଛା ଛାତ୍ରୀଛାତ୍ର ସେଠି ପଢ଼ି ସେଠୁ ରୂପାନ୍ତରିତ ସ୍କୁଲ ଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
The post ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ଫାଇଭ ଟି… appeared first on Dharitri Odia News.