‘ପୁଣି ଭଲ ଖେଳିଲ, ମୁଁ ତୁମ ସହିତ ଅଛି’; ଛାତ୍ରଙ୍କ ବ୍ୟାଟିଂ ଦେଖି ଗୁରୁଙ୍କ ପ୍ରଶଂସା

ହାଇଦ୍ରାବାଦ: ଆଇପିଏଲ ୧୭ତମ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦର ଯୁବ ବ୍ୟାଟର ଅଭିଷେକ୍ ଶର୍ମାଙ୍କ ବ୍ୟାଟ୍ ଗର୍ଜୁଛି । ପ୍ରଥମେ ଆରସିବି ବିରୋଧରେ ଚମତ୍କାର ବ୍ୟାଟିଂ କରିବା ପରେ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିରୋଧରେ ବୋଲରଙ୍କ ଛକା ଛଡ଼ାଇଛନ୍ତି । ଗୋଟିଏ ଓଭରରେ ୨୭ ରନ ସଂଗ୍ରହ କରିଥିଲେ ଯୁବ ବ୍ୟାଟର ଅଭିଷେକ୍ ଶର୍ମା । ଚେନ୍ନାଇ ସୁପର ବିରୋଧରେ ମାତ୍ର ୧୨ଟି ବଲ୍ ଖେଳି ୩୭ ରନ୍‌ର ଧୁଆଁଧାର ଇନିଂସ ଖେଳିଛନ୍ତି । ମୁକେଶ ଚୌଧୁରୀଙ୍କ ଓଭରରେ ଅଭଷେକ୍ ଶର୍ମା ୪, ୬, ୬(ନୋ-ବଲ୍), ୬, ୪ ମାରି ବାଉଣ୍ଡାରୀ ବର୍ଷା କରିଥିଲେ । ଗୋଟିଏ ଓଭରରେ ୨୭ ରନ ସଂଗ୍ରହ କରିଥିଲେ ଏହି ଯୁବ ତାରକା । ଫଳରେ ପ୍ରାରମ୍ଭରୁ ସିଏସକେ ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା । ଚେନ୍ନାଇ ଅଧିକନାୟକ ଋତୁରାଜ ଗାଏକ୍ବାଡଙ୍କ ପକ୍ଷେ ମ୍ୟାଚ୍ ସମ୍ଭାଳିବାକୁ ଆଉ ସୁଯୋଗ ମିଳିନଥିଲା । ଫଳରେ ଚେନ୍ନାଇ ସୁପର କିଙ୍ଗସ ୬ ଓ୍ବିକେଟରେ ପରାସ୍ତ ହୋଇଛି ।   ତେବେ ମୁକେଶଙ୍କ ଓଭରରେ ୨୭ ରନ ସଂଗ୍ରହ କରିଥିବା ଏହି ଯୁବ ବ୍ୟାଟର କିଏ ? ହାଇଦ୍ରାବଦର ଏହି ବିସ୍ଫୋରକ ବ୍ୟାଟର ହେଉଛନ୍ତି, ଭାରତୀୟ କ୍ରିକେଟ ଟିମର ପୂର୍ବତନ ଆଲରାଉଣ୍ଡର ଯୁବରାଜ ସିଂହଙ୍କ ଛାତ୍ର । ଅଭିଷେକ୍ ଶର୍ମାଙ୍କୁ ସେ ବ୍ୟାଟିଂ ତାଲିମ୍ ଦେଉଛନ୍ତି । ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ସେ ତାଙ୍କ ସହିତ ନଜରକୁ ଆସନ୍ତି । ଚେନ୍ନାଇ ବିରୋଧରେ ଏବି ବିସ୍ଫୋରକ ଇନିଂସ ପରେ ଯୁବରାଜ ସିଂହ  ଏକ୍ସରେ

‘ପୁଣି ଭଲ ଖେଳିଲ, ମୁଁ ତୁମ ସହିତ ଅଛି’; ଛାତ୍ରଙ୍କ ବ୍ୟାଟିଂ ଦେଖି ଗୁରୁଙ୍କ ପ୍ରଶଂସା

ହାଇଦ୍ରାବାଦ: ଆଇପିଏଲ ୧୭ତମ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦର ଯୁବ ବ୍ୟାଟର ଅଭିଷେକ୍ ଶର୍ମାଙ୍କ ବ୍ୟାଟ୍ ଗର୍ଜୁଛି । ପ୍ରଥମେ ଆରସିବି ବିରୋଧରେ ଚମତ୍କାର ବ୍ୟାଟିଂ କରିବା ପରେ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିରୋଧରେ ବୋଲରଙ୍କ ଛକା ଛଡ଼ାଇଛନ୍ତି । ଗୋଟିଏ ଓଭରରେ ୨୭ ରନ ସଂଗ୍ରହ କରିଥିଲେ ଯୁବ ବ୍ୟାଟର ଅଭିଷେକ୍ ଶର୍ମା । 

ଚେନ୍ନାଇ ସୁପର ବିରୋଧରେ ମାତ୍ର ୧୨ଟି ବଲ୍ ଖେଳି ୩୭ ରନ୍‌ର ଧୁଆଁଧାର ଇନିଂସ ଖେଳିଛନ୍ତି । ମୁକେଶ ଚୌଧୁରୀଙ୍କ ଓଭରରେ ଅଭଷେକ୍ ଶର୍ମା ୪, ୬, ୬(ନୋ-ବଲ୍), ୬, ୪ ମାରି ବାଉଣ୍ଡାରୀ ବର୍ଷା କରିଥିଲେ । ଗୋଟିଏ ଓଭରରେ ୨୭ ରନ ସଂଗ୍ରହ କରିଥିଲେ ଏହି ଯୁବ ତାରକା । ଫଳରେ ପ୍ରାରମ୍ଭରୁ ସିଏସକେ ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା । ଚେନ୍ନାଇ ଅଧିକନାୟକ ଋତୁରାଜ ଗାଏକ୍ବାଡଙ୍କ ପକ୍ଷେ ମ୍ୟାଚ୍ ସମ୍ଭାଳିବାକୁ ଆଉ ସୁଯୋଗ ମିଳିନଥିଲା । ଫଳରେ ଚେନ୍ନାଇ ସୁପର କିଙ୍ଗସ ୬ ଓ୍ବିକେଟରେ ପରାସ୍ତ ହୋଇଛି ।   

ତେବେ ମୁକେଶଙ୍କ ଓଭରରେ ୨୭ ରନ ସଂଗ୍ରହ କରିଥିବା ଏହି ଯୁବ ବ୍ୟାଟର କିଏ ? ହାଇଦ୍ରାବଦର ଏହି ବିସ୍ଫୋରକ ବ୍ୟାଟର ହେଉଛନ୍ତି, ଭାରତୀୟ କ୍ରିକେଟ ଟିମର ପୂର୍ବତନ ଆଲରାଉଣ୍ଡର ଯୁବରାଜ ସିଂହଙ୍କ ଛାତ୍ର । ଅଭିଷେକ୍ ଶର୍ମାଙ୍କୁ ସେ ବ୍ୟାଟିଂ ତାଲିମ୍ ଦେଉଛନ୍ତି । ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ସେ ତାଙ୍କ ସହିତ ନଜରକୁ ଆସନ୍ତି । ଚେନ୍ନାଇ ବିରୋଧରେ ଏବି ବିସ୍ଫୋରକ ଇନିଂସ ପରେ ଯୁବରାଜ ସିଂହ  ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଲେଖା ହୋଇଛି, ‘ମୁଁ ତୁମ ସହିତ ଅଛି’ । ‘ପୁଣି ଥରେ ଭଲ ଖେଳିଲ କିନ୍ତୁ ଖରାପ ସଟ୍ ମାରି ଆଉଟ୍ ହେଲ’। ଅଭିଷେକ୍ ଶର୍ମାଙ୍କ ଏହି ଚମତ୍କାର ବ୍ୟାଟିଂ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆଓ୍ବାର୍ଡ ମିଳିଛି ।