ପୁଣି ଭାରତ-ପାକିସ୍ତାନ ମ୍ୟାଚ
ଲାଉସାନେ(ସୁଇଜରଲାଣ୍ଡ),୨୮ା୬: ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରାଯାଇଛି। ଏଥିପାଇଁ ସ୍ଥାନୀୟ ଏଫ୍ଆଇଏଚ୍ ମୁଖ୍ୟ କାର୍ଯ୍ୟାଳୟରେ ଡ୍ର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଗ୍ରୁପ୍ ‘ବି’ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ବ୍ୟତୀତ ଚିଲି ଓ ସୁଇଜରଲାଣ୍ଡ ସ୍ଥାନ ପାଇଛନ୍ତି। ଏହି ସଂସ୍କରଣରେ ପ୍ରଥମ ଥର ୨୪ଟି ଦଳ ଅଂଶଗ୍ରହଣ କରିବେ। ପୁଲ୍ ‘ଏ’ରେ ଜର୍ମାନୀ, ଦକ୍ଷିଣ ଆଫ୍ରିକା, କାନାଡା ଓ ଆୟର୍ଲାଣ୍ଡ […] The post ପୁଣି ଭାରତ-ପାକିସ୍ତାନ ମ୍ୟାଚ appeared first on Dharitri Odia News.
ଲାଉସାନେ(ସୁଇଜରଲାଣ୍ଡ),୨୮ା୬: ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରାଯାଇଛି। ଏଥିପାଇଁ ସ୍ଥାନୀୟ ଏଫ୍ଆଇଏଚ୍ ମୁଖ୍ୟ କାର୍ଯ୍ୟାଳୟରେ ଡ୍ର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଗ୍ରୁପ୍ ‘ବି’ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ବ୍ୟତୀତ ଚିଲି ଓ ସୁଇଜରଲାଣ୍ଡ ସ୍ଥାନ ପାଇଛନ୍ତି।
ଏହି ସଂସ୍କରଣରେ ପ୍ରଥମ ଥର ୨୪ଟି ଦଳ ଅଂଶଗ୍ରହଣ କରିବେ। ପୁଲ୍ ‘ଏ’ରେ ଜର୍ମାନୀ, ଦକ୍ଷିଣ ଆଫ୍ରିକା, କାନାଡା ଓ ଆୟର୍ଲାଣ୍ଡ ସ୍ଥାନ ପାଇଥିବା ବେଳେ ପୁଲ୍ ‘ସି’ରେ ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ଜାପାନ ଓ ଚାଇନାକୁ ସ୍ଥାନ ମିଳିଛି। ପୁଲ୍‘ଡି’ରେ ସ୍ପେନ, ବେଲଜିୟମ, ଇଜିପ୍ଟ ଓ ନାମ୍ବିଆ ଏବଂ ପୁଲ୍ ‘ଇ’ରେ ନେଦରଲାଣ୍ଡ୍ସ, ମାଲେସିଆ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ରହିଛନ୍ତି। ସେହିପରି ପୁଲ୍ ‘ଏଫ୍’ରେ ଫ୍ରାନ୍ସ, ଅଷ୍ଟ୍ରେଲିଆ, କୋରିଆ ଓ ବାଂଲାଦେଶକୁ ନିଆଯାଇଛି।
ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ ସଭାପତି ତୟାବ ଇକ୍ରାମ, ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଳାନାଥ ସିଂ ଏବଂ ହକି ଇଣ୍ଡିଆ ମହାନିର୍ଦ୍ଦେଶକ ଆର୍.କେ. ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଜର୍ମାନୀ ବର୍ତ୍ତମାନ ଜୁନିୟର ପୁରୁଷ ବିଶ୍ୱକପ୍ ଚାମ୍ପିୟନ। ୨୦୨୩ ସଂସ୍କରଣରେ ଦଳ ଫାଇନାଲରେ ଫ୍ରାନ୍ସକୁ ୨-୧ ଗୋଲ୍ରେ ପରାସ୍ତ କରିଥିଲା। ଜର୍ମାନୀ ରେକର୍ଡ ସର୍ବାଧିକ, ସେ ୬ଥର ଏହି ଟୁର୍ନାମେଣ୍ଟର ଟାଇଟଲ ବିଜୟୀ ହୋଇଛି।
The post ପୁଣି ଭାରତ-ପାକିସ୍ତାନ ମ୍ୟାଚ appeared first on Dharitri Odia News.