ପୁଣି ମହିଳା ପୁଲିସଙ୍କ ଠାରୁ ସୁନା ହାର ଓ କାନଫୁଲ ଛିନତାଇ
ବାରିପଦା: ବାରିପଦା ସହରରେ ଚୋରି ଓ ଛିନତାଇର ପ୍ରାଦୁର୍ଭାବ ଅନେକ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ପୁଣି ଜଣେ ମହିଳା ପୁଲିସ କର୍ମଚାରୀ ଏହାର ଶିକାର ହୋଇଛନ୍ତି। ବାଇକ ଯୋଗେ ଦୁର୍ବୁତ୍ତ ମାନେ ଆସି ସୁନାଚେନ ଓ ସୁନା କାନଫୁଲ ଛିନତାଇ କରି ଚମ୍ପଟ ମାରିଛନ୍ତି। ଏନେଇ ଶ୍ରୀ ପଦଗଞ୍ଜ ଅଞ୍ଚଳର ସୌରୀବାଳା ରାଉତ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ସେ ବର୍ତ୍ତମାନ ବେତନଟୀ କୋର୍ଟରେ ମହିଳା କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି। ବାରିପଦା ଏସଡିପିଓ […]

ବାରିପଦା: ବାରିପଦା ସହରରେ ଚୋରି ଓ ଛିନତାଇର ପ୍ରାଦୁର୍ଭାବ ଅନେକ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ପୁଣି ଜଣେ ମହିଳା ପୁଲିସ କର୍ମଚାରୀ ଏହାର ଶିକାର ହୋଇଛନ୍ତି। ବାଇକ ଯୋଗେ ଦୁର୍ବୁତ୍ତ ମାନେ ଆସି ସୁନାଚେନ ଓ ସୁନା କାନଫୁଲ ଛିନତାଇ କରି ଚମ୍ପଟ ମାରିଛନ୍ତି। ଏନେଇ ଶ୍ରୀ ପଦଗଞ୍ଜ ଅଞ୍ଚଳର ସୌରୀବାଳା ରାଉତ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ସେ ବର୍ତ୍ତମାନ ବେତନଟୀ କୋର୍ଟରେ ମହିଳା କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି। ବାରିପଦା ଏସଡିପିଓ କାର୍ଯ୍ୟାଳୟ କ୍ୟାମ୍ପସ ସ୍ଥିତ କ୍ୱାଟରରୁ ଦୋକାନକୁ ଯାଇଥିବା ବେଳେ ଦୁଇ ଜଣ ତାଙ୍କୁ ଠିକଣା ପଚାରିଥିଲେ। ଏହାର କିଛି ସମୟ ପରେ ବାଇକ ଯୋଗେ ଆସି ଦୁଇ ଜଣ ଦୁର୍ବୁତ୍ତ ମାନେ ପଛ ପଟୁ ଜବରଦସ୍ତି ସୁନା ହାର ଓ କାନଫୁଲ ଛିନତାଇ କରି ଦ୍ରୁତଗତିରେ ଖସି ପଳାଇ ଯାଇଥିଲେ।
ଛିନତାଇ ସୁନାହାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହୋଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ଦିନ ପୂର୍ବରୁ ଅନ୍ୟ ଜଣେ ମହିଳା ପୁଲିସ ଏଏସଆଇଙ୍କ ବେକରୁ ସୁନାହାର ଛିନତାଇ ହୋଇଥିବା ବେଳେ ଆଇନଜୀବୀଙ୍କ ପତ୍ନୀଙ୍କ ବେକରୁ ସୁନାହାର ଛିନତାଇ ହୋଇଥିଲା। ବାରିପଦା ସହରରେ ବାରମ୍ବାର ଚୋରି, ଛିନତାଇ ଆଦି ବୃଦ୍ଧି ପାଉଛି। ଯାହାକି ପୁଲିସ ପ୍ରଶାସନର ନିଷ୍କ୍ରିୟତାର ପରିଚୟ ଦେବା ସହ ଦୁର୍ବୁତ୍ତ ମାନେ ଖୁଲମଖୁଲା ଚ୍ୟାଲେଞ୍ଜ କରୁଛନ୍ତି। ପୁଲିସ ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।