ପୁଣି ରଣଜୀ ଟ୍ରଫି ଖେଳିବେ ରୋହିତ-କୋହଲି; ବିସିସିଆଇ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ,୧୨।୧: ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର ଗାାସ୍କର ଟ୍ରଫିରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏଣୁ ଉଭୟ ଘରୋଇ କ୍ରିକେଟ ଖେଳୁଥିବା ନଜର ଆସିପାରନ୍ତି। ଶନିବାର ମୁମ୍ବାଇରେ ଅନୁଷ୍ଠିତ ବିସିସିଆଇର ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଛି। ଯେଉଁମାନେ ଜାତୀୟ ଦଳରେ ନାହାନ୍ତି ସେମାନେ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁଥିଲେ ଘରୋଇ କ୍ରିକେଟ(ରଣଜୀ) ଖେଳିବାକୁ ପଡ଼ିବ ବୋଲି ଗୁରୁତ୍ୱ ଦିଆଯାଇଛି। ପିଟିଆଇର ରିପୋର୍ଟ ମୁତାବକ, ବିସିସିଆଇ ସମସ୍ତ କେନ୍ଦ୍ରୀୟ ଚୁକ୍ତିବଦ୍ଧ […] The post ପୁଣି ରଣଜୀ ଟ୍ରଫି ଖେଳିବେ ରୋହିତ-କୋହଲି; ବିସିସିଆଇ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି ! appeared first on Dharitri Odia News.

ପୁଣି ରଣଜୀ ଟ୍ରଫି ଖେଳିବେ ରୋହିତ-କୋହଲି; ବିସିସିଆଇ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ,୧୨।୧: ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର ଗାାସ୍କର ଟ୍ରଫିରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏଣୁ ଉଭୟ ଘରୋଇ କ୍ରିକେଟ ଖେଳୁଥିବା ନଜର ଆସିପାରନ୍ତି। ଶନିବାର ମୁମ୍ବାଇରେ ଅନୁଷ୍ଠିତ ବିସିସିଆଇର ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଛି। ଯେଉଁମାନେ ଜାତୀୟ ଦଳରେ ନାହାନ୍ତି ସେମାନେ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁଥିଲେ ଘରୋଇ କ୍ରିକେଟ(ରଣଜୀ) ଖେଳିବାକୁ ପଡ଼ିବ ବୋଲି ଗୁରୁତ୍ୱ ଦିଆଯାଇଛି।

ପିଟିଆଇର ରିପୋର୍ଟ ମୁତାବକ, ବିସିସିଆଇ ସମସ୍ତ କେନ୍ଦ୍ରୀୟ ଚୁକ୍ତିବଦ୍ଧ ଖେଳାଳିଙ୍କୁ ଅନ୍ତର୍ଜାତୀୟ ଦାୟିତ୍ୱରେ ନ ଥିବା ସମୟରେ ଘରୋଇ କ୍ରିକେଟ୍‌ ଖେଳିବାକୁ ନିର୍ଦ୍ଦେଶ ଦେଇଛି। ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନେ ଟେଷ୍ଟ କ୍ରିକେଟ୍‌ ପାଇଁ ପ୍ରତିବଦ୍ଧ ସେମାନଙ୍କୁ ରଣଜୀ ମ୍ୟାଚ୍‌ ଖେଳିବାକୁ ପଡ଼ିବ।

ଏହି ନିଷ୍ପତ୍ତି ଯୋଗୁ ରୋହିତ ଏବଂ କୋହଲି ପୁଣିଥରେ ଘରୋଇ କ୍ରିକେଟ୍‌ ଖେଳିବାକୁ ବାଧ୍ୟ ହେବେ କି ନାହିଁ ତାହା ଦେଖିବାକୁ ବାକି ରହିଲା। ତେବେ କୋହଲି ଶେଷ ଥର ଲାଗି ୨୦୧୨ରେ ଘରୋଇ କ୍ରିକେଟରେ ଦିଲ୍ଲୀ ଲାଗି ଖେଳିଥିଲେ। ସେହିଭଳି ରୋହିତ ମୁମ୍ବାଇ ଲାଗି ଶେଷ ଘରୋଇ ମ୍ୟାଚ୍‌ ୨୦୧୫ରେ ଖେଳିଥିଲେ। କାର୍ଯ୍ୟଭାର କାରଣରୁ ଉଭୟ ବରିଷ୍ଠ ଖେଳାଳି ଘରୋଇ କ୍ରିକେଟ ଖେଳିବା ବନ୍ଦ କରିଥିଲେ।

The post ପୁଣି ରଣଜୀ ଟ୍ରଫି ଖେଳିବେ ରୋହିତ-କୋହଲି; ବିସିସିଆଇ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି ! appeared first on Dharitri Odia News.