ପୁଣି ଲଘୁଚାପ, ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭ା୩ (ଅନୁରାଧା ମହାରଣା)- ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଏପ୍ରିଲ୨ରୁ ୪ ତାରିଖ ବିଭିନ୍ନ ଜିଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏପ୍ରିଲ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଚୀନ ସାଗରରୁ ଏକ ସିଷ୍ଟମର ଅବଶିଷ୍ଟାଂଶ ୩ କିମ୍ବା ୪ ଏପ୍ରିଲ ବେଳକୁ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ କିମ୍ବା ଲଘୁଚାପ ରୂପ […] The post ପୁଣି ଲଘୁଚାପ, ଏସବୁ ଜିଲାରେ ପ୍ରବଳ ବର୍ଷିବ appeared first on Dharitri Odia News.

ପୁଣି ଲଘୁଚାପ, ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭ା୩ (ଅନୁରାଧା ମହାରଣା)- ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଏପ୍ରିଲ୨ରୁ ୪ ତାରିଖ ବିଭିନ୍ନ ଜିଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏପ୍ରିଲ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଚୀନ ସାଗରରୁ ଏକ ସିଷ୍ଟମର ଅବଶିଷ୍ଟାଂଶ ୩ କିମ୍ବା ୪ ଏପ୍ରିଲ ବେଳକୁ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ କିମ୍ବା ଲଘୁଚାପ ରୂପ ନେଇପାରେ।

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଶୁକ୍ରବାର ୪୩ ଡିଗ୍ରୀ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିପରି ରାଜ୍ୟର ୧୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଅନ୍ୟପଟେ ଚଳିତ ବର୍ଷ ପ୍ରଥମ ଥର ରାଜଧାନୀରେ ପ୍ରଥମଥର ପାରଦ ୪୦ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱର ଓ ଜଗତସିଂହପୁରରେ ତାପମାତ୍ରା ୪୦.୨ ଡିଗ୍ରୀ ରହିଥିଲା। ହୀରକୁଦରେ ୪୧.୬, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାପମାତ୍ରାରେ ୪୧.୨, ସୁନ୍ଦରଗଡ଼ରେ ୪୧.୧, ଅନୁଗୁଳ ଓ ଢ଼େଙ୍କାନାଳରେ ୪୦.୯, ତାଳଚେର ୪୦.୮, ସୋନପୁର, ଭବାନୀପାଟଣା ୪୦.୫, ବାରିପଦା, ରାଉରକେଲା ଓ ଚାନ୍ଦବାଲିରେ ୪୦.୪ ତାପମାତ୍ରା ରେକର୍ଡ ହୋଇଛି। ଶନିବାର ଆହୁରି ୨ରୁ ୩ଡିଗ୍ରୀ ଅଧିକ ତାତି ଅନୁଭୂତ ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୩ଦିନ ହିଟ୍‌େ୍‌ଓ୍ବଭ ରାଜ୍ୟବାସୀଙ୍କୁ କଲବଲ କରିପାରେ। ତେବେ ଶନିବାର ୟେଲୋ ଓ୍ବାନିର୍ଂ ଜାରି ହୋଇଥିବା ଜିଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଆଦି ଜିଲା ରହିଛି। ୩୦ରେ ଏହି ସବୁ ଜିଲା ସହ ବରଗଡ଼ ଓ ସୁନ୍ଦରଗଡ଼ ଜିଲାକୁ ମଧ୍ୟ ୟେଲୋ ଓ୍ବାର୍ନିଂ ରହିଛି। ଏପ୍ରିଲ୨ରୁ ୪ ତାରିଖ ବିଭିନ୍ନ ଜିଲାରେ କାଳବୈଶାଖୀର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରୀ, ରାୟଗଡ଼ା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାକୁ ଥିବାବେଳେ ଅନ୍ୟାନ୍ୟ ଜିଲାଗୁଡ଼କରେ ପାଗ ପ୍ରାୟତଃ ଶୁଖିଲା ରହିବ ।

The post ପୁଣି ଲଘୁଚାପ, ଏସବୁ ଜିଲାରେ ପ୍ରବଳ ବର୍ଷିବ appeared first on Dharitri Odia News.