ପୁଣି ଲସ୍ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ଲାଗିଲା ନିଆଁ
କାଷ୍ଟାଇକ୍(କାଲିଫର୍ନିଆ),୨୩।୧: ଆମେରିକା କାଲିଫର୍ନିଆର ଲସ୍ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ନିଆଁଲାଗି ଦ୍ରୁତବେଗରେ ମାଡ଼ିଚାଲିଛି। ପ୍ରବଳ ପବନ ଯୋଗୁ ଏହା ଖୁବ୍ କମ୍ ସମୟ ମଧ୍ୟରେ ୯,୪୦୦ ଏକରରୁ ଅଧିକ ଜଙ୍ଗଲ ଅଞ୍ଚଳକୁ ବ୍ୟାପିଗଲାଣି। ଫଳରେ ୩୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜବରଦସ୍ତ ସ୍ଥାନାନ୍ତର କରିବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲସ୍ଏଞ୍ଜେଲ୍ସର ଉତ୍ତରରେ ୮୦ କିଲୋମିଟର ଦୂରରେ ଥିବା ପାର୍ବତ୍ୟାଞ୍ଚଳରେ ନିଆଁ ଲାଗିଥିବାବେଳେ ପ୍ରବଳ ଧୂମକୁଣ୍ଡଳୀ ଉଠୁଥିବା ଦେଖାଯାଇଛି। ମେଟ୍ରୋପଲିଟାନ୍ ଅଞ୍ଚଳରେ ୨ ବୃହତ୍ ବନାଗ୍ନି […] The post ପୁଣି ଲସ୍ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ଲାଗିଲା ନିଆଁ appeared first on Dharitri Odia News.
କାଷ୍ଟାଇକ୍(କାଲିଫର୍ନିଆ),୨୩।୧: ଆମେରିକା କାଲିଫର୍ନିଆର ଲସ୍ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ନିଆଁଲାଗି ଦ୍ରୁତବେଗରେ ମାଡ଼ିଚାଲିଛି। ପ୍ରବଳ ପବନ ଯୋଗୁ ଏହା ଖୁବ୍ କମ୍ ସମୟ ମଧ୍ୟରେ ୯,୪୦୦ ଏକରରୁ ଅଧିକ ଜଙ୍ଗଲ ଅଞ୍ଚଳକୁ ବ୍ୟାପିଗଲାଣି। ଫଳରେ ୩୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜବରଦସ୍ତ ସ୍ଥାନାନ୍ତର କରିବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଲସ୍ଏଞ୍ଜେଲ୍ସର ଉତ୍ତରରେ ୮୦ କିଲୋମିଟର ଦୂରରେ ଥିବା ପାର୍ବତ୍ୟାଞ୍ଚଳରେ ନିଆଁ ଲାଗିଥିବାବେଳେ ପ୍ରବଳ ଧୂମକୁଣ୍ଡଳୀ ଉଠୁଥିବା ଦେଖାଯାଇଛି। ମେଟ୍ରୋପଲିଟାନ୍ ଅଞ୍ଚଳରେ ୨ ବୃହତ୍ ବନାଗ୍ନି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇ ନ ଥିବାବେଳେ ଆଉ ଏକ ଜଙ୍ଗଲ ନିଆଁ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଲସ୍ଏଞ୍ଜେଲ୍ସର ପଲିସାଡେସ୍ ନିଆଁ ୨୩,୪୪୮ ଏକର ଅଞ୍ଚଳକୁ ଜାଳି ଦେଇଥିବାବେଳେ ଏପର୍ଯ୍ୟନ୍ତ ୬୮ ପ୍ରତିଶତ ନିର୍ବାପିତ ହୋଇଛି। ସେହିପରି ଏଟନ୍ ନିଆଁ ୧୪,୦୨୧ ଏକରକୁ ଜାଳିଥିବାବେଳେ ଏହାର ୯୧ ପ୍ରତିଶତକୁ ଲିଭାଯାଇପାରିଛି। ହୁଘ୍ସ ଅଞ୍ଚଳରେ ଲାଗିଥିବା ନିଆଁ ବୁଧବାର କିଛି ଘଣ୍ଟା ମଧ୍ୟରେ ଏତେଶୀଘ୍ର ବ୍ୟାପିଯାଇଥିଲା, ଯାହା ଏଟନ୍ ବନାଗ୍ନିର ଦୁଇତୃତୀୟାଂଶ ଅଞ୍ଚଳ ହେବ ବୋଲି କୁହାଯାଉଛି।
ନିଆଁ ଏତେ ଭୟାବହ ହୋଇଛି ଯେ, ୩୧ ହଜାର ଲୋକଙ୍କୁ ତୁରନ୍ତ ବାଧ୍ୟତାମୂଳକ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯିବା ସହ ଅନ୍ୟ ୨୩ ହଜାର ଲୋକଙ୍କୁ ସ୍ଥାନ ଛାଡ଼ି ପଳାଇଯିବା ପାଇଁ ସତର୍କ କରିଦିଆଯାଇଥିବା ଲସ୍ଏଞ୍ଜେଲ୍ସ କାଉଣ୍ଟି ଶେରିଫ୍ ରବର୍ଟ ଲୁନା କହିଛନ୍ତି।
The post ପୁଣି ଲସ୍ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ଲାଗିଲା ନିଆଁ appeared first on Dharitri Odia News.