ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା

ନୂଆଦିଲ୍ଲୀ,୨୬।୬: ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା। ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ୧୮ ତମ ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ଧ୍ୱନୀ ମତରେ ଏହି ନିଷ୍ପତ୍ତି ନିଆଯାଇଛି। କାମଚଳା ବାଚସ୍ପତି ଭତ୍ତ୍‌ୃହରି ମହାତାବ ଓମ ବିର୍ଲା ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ନିଜ ଆସନ ଯାଏ ନେଇ ଦାୟିତ୍ୱ ଗ୍ରହଣ […] The post ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା appeared first on Dharitri Odia News.

ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା

ନୂଆଦିଲ୍ଲୀ,୨୬।୬: ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା। ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ୧୮ ତମ ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ଧ୍ୱନୀ ମତରେ ଏହି ନିଷ୍ପତ୍ତି ନିଆଯାଇଛି। କାମଚଳା ବାଚସ୍ପତି ଭତ୍ତ୍‌ୃହରି ମହାତାବ ଓମ ବିର୍ଲା ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ନିଜ ଆସନ ଯାଏ ନେଇ ଦାୟିତ୍ୱ ଗ୍ରହଣ କରାଇଛନ୍ତି। ତେବେ ଦ୍ୱିତୀୟଥର ପାଇଁ ଓମ ବିର୍ଲା ଲୋକ ସଭାର ବାଚସ୍ପତି ହୋଇଛନ୍ତି।

ଓମ ବିର୍ଲା ଦ୍ୱିତୀୟ ଥର ପାଇଁ ବାଚସ୍ପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ମୋର ବିଶ୍ୱାସ ଯେ, ଆପଣ ଆଗାମୀ ୫ ବର୍ଷ ପାଇଁ ଆମ ସମସ୍ତଙ୍କର ମାର୍ଗଦର୍ଶନ କରିବେ।

ସେହିପରି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ଲୋକ ସଭା ବାଚସ୍ପତି ଭାବରେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ରାହୁଲ କହିଛନ୍ତି, ସରକାରଙ୍କ ପାଖରେ ସଂଖ୍ୟା ରହିଛିି, କିନ୍ତୁ ବିରୋଧୀ ମଧ୍ୟ ଭାରତର ଲୋକଙ୍କ ସ୍ବର। ରାହୁଲ କହିଛନ୍ତି, ଗୃହରେ ବିରୋଧୀଙ୍କ ସ୍ବରକୁ ମଧ୍ୟ ଉଠାଇବାକୁ ଦିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

The post ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା appeared first on Dharitri Odia News.