ପୁଣି ଶିମିଳିପାଳରୁ ୨ ଶିକାରୀ ଗିରଫ, ବନ୍ଧୁକ ଏବଂ ଧନୁଶର ଜବତ
ମୟୁରଭଞ୍ଜ : ଶିମିଳିପାଳରୁ ବାରମ୍ବାର ଶିକାରୀ ଗିରଫ ହେଉଥିବା ବେଳେ ଆଜି ପୁଣି ଦୁଇ ଶିକାରୀ ଗିରଫ ହୋଇଛନ୍ତି । ତେବେ ଏହି ଶିକାରୀ ଦୁଇଜଣଙ୍କ ମଧ୍ୟରେ ଜଣେ ଶିକ୍ଷକ ଥିବା ଜଣାଯାଇଛି । ପେଶା ଶିକ୍ଷକତା ଥିବା ବେଳେ ଶିକାର କରିବା ତାଙ୍କର ନିଶା । ମାଂସ ଲୋଭ ସମ୍ଭାଳି ନ ପାରି ଗିରଫ ହୋଇଛନ୍ତି ଏହି ଶିକ୍ଷକ। ମାଂସ କିଣିବାକୁ ଯାଇ ଫସିଯାଇଛନ୍ତି ଶିକ୍ଷକ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା […] The post ପୁଣି ଶିମିଳିପାଳରୁ ୨ ଶିକାରୀ ଗିରଫ, ବନ୍ଧୁକ ଏବଂ ଧନୁଶର ଜବତ appeared first on KNews Odisha.

ମୟୁରଭଞ୍ଜ : ଶିମିଳିପାଳରୁ ବାରମ୍ବାର ଶିକାରୀ ଗିରଫ ହେଉଥିବା ବେଳେ ଆଜି ପୁଣି ଦୁଇ ଶିକାରୀ ଗିରଫ ହୋଇଛନ୍ତି । ତେବେ ଏହି ଶିକାରୀ ଦୁଇଜଣଙ୍କ ମଧ୍ୟରେ ଜଣେ ଶିକ୍ଷକ ଥିବା ଜଣାଯାଇଛି । ପେଶା ଶିକ୍ଷକତା ଥିବା ବେଳେ ଶିକାର କରିବା ତାଙ୍କର ନିଶା । ମାଂସ ଲୋଭ ସମ୍ଭାଳି ନ ପାରି ଗିରଫ ହୋଇଛନ୍ତି ଏହି ଶିକ୍ଷକ। ମାଂସ କିଣିବାକୁ ଯାଇ ଫସିଯାଇଛନ୍ତି ଶିକ୍ଷକ ।
ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ । ଝିଙ୍କ ମାଂସ କିଣି ଶିମିଳିପାଳ ପାଦଦେଶ ଶାମାଖୁଣ୍ଟା ବ୍ଲକ ହଳଦୀବଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହେଲେ ଗିରଫ । ଝିଙ୍କ ମାରିବା ଅଭିଯୋଗରେ ଗିରଫ ହେଲେ ଦୁଇ ଶିକାରୀ ।
ଗିରଫ ମଧ୍ୟରେ ଅଛନ୍ତି ଜଣେ ସରକାରୀ ଶିକ୍ଷକ। ଆଜି ଶିମିଳିପାଳ କତୃପକ୍ଷ ଝିଙ୍କ ମାଂସ ସହ ଝିଙ୍କ ପର, ବନ୍ଧୁକ ଏବଂ ଧନୁଶର ଜବତ କରିବ ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଳିଅଣା ଗ୍ରାମର ଚାମୁଟୁ ହେମ୍ବ୍ରମ ଏବଂ ଶିକ୍ଷକ ବାଇଧର ସୋରେନ।
ଚାମଟୁ ଶିମିଳିପାଳରେ ଝିଙ୍କ ଶିକାର କରି ଆଣିବା ସହିତ ତାର ମାଂସ କୁ ଶିକ୍ଷକ ବୈଧରଙ୍କୁ ବିକ୍ରି କରୁଥିଲେ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭାୟଙ୍କୁ ଗିରଫ କରିବା ସହ ୧ କିଲୋ ୧୫ ଗ୍ରାମ ମାଂସ ଜବତ୍ କରିଥିଲେ। ମାଂସ ଲୋଭ ଯୋଗୁଁ ଶିକ୍ଷକଙ୍କୁ ଏବେ ଜେଲ ହାଜତ ଯିବାକୁ ପଡିଛି ।
The post ପୁଣି ଶିମିଳିପାଳରୁ ୨ ଶିକାରୀ ଗିରଫ, ବନ୍ଧୁକ ଏବଂ ଧନୁଶର ଜବତ appeared first on KNews Odisha.