ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ, ଭୋଗ ମଣ୍ଡପ ଭିଡିଓ ଭାଇରାଲ୍
ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ । ଆନନ୍ଦବଜାର ଓ ଭୋଗ ମଣ୍ଡପ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ । ସିଦ୍ଧାର୍ଥ ପାଣ୍ଡେ ନାମକ ଜଣେ ଯୁବକ ଆନନ୍ଦ ବଜ଼ାରର ଫୋଟୋ ଭାଇରଲ କରିବା ସହ ମହାପ୍ରସାଦ ଖାଇବାର ମଧ୍ୟ ଭିଡ଼ିଓ ଉତ୍ତୋଳନ କରି ନିଜ ଇନଷ୍ଟାଗ୍ରାମ ରେ ଭିଡ଼ିଓ ପକାଇଛନ୍ତି l ତେବେ ସୁରକ୍ଷାକର୍ମୀ ମୁତୟନ ଥିବା ସତ୍ତ୍ଵେ କିଭଳି ଭାବରେ ଜଣେ ମନ୍ଦିର ଭିତରେ ଫୋନ ବ୍ୟବହାର କରିଥିଲେ […] The post ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ, ଭୋଗ ମଣ୍ଡପ ଭିଡିଓ ଭାଇରାଲ୍ appeared first on KNews Odisha.

ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ । ଆନନ୍ଦବଜାର ଓ ଭୋଗ ମଣ୍ଡପ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ । ସିଦ୍ଧାର୍ଥ ପାଣ୍ଡେ ନାମକ ଜଣେ ଯୁବକ ଆନନ୍ଦ ବଜ଼ାରର ଫୋଟୋ ଭାଇରଲ କରିବା ସହ ମହାପ୍ରସାଦ ଖାଇବାର ମଧ୍ୟ ଭିଡ଼ିଓ ଉତ୍ତୋଳନ କରି ନିଜ ଇନଷ୍ଟାଗ୍ରାମ ରେ ଭିଡ଼ିଓ ପକାଇଛନ୍ତି l ତେବେ ସୁରକ୍ଷାକର୍ମୀ ମୁତୟନ ଥିବା ସତ୍ତ୍ଵେ କିଭଳି ଭାବରେ ଜଣେ ମନ୍ଦିର ଭିତରେ ଫୋନ ବ୍ୟବହାର କରିଥିଲେ ଏବଂ ଏଥିପ୍ରତି କାହାର ନିଘା ନଥିଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ନୁହେଁ ବାରମ୍ଵାର ଏଭଳି ଘଟଣା ନଜରକୁ ଆସୁଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କଣ ପାଇଁ ଚେତୁ ନାହିଁ ସେଥିପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏତଦ୍ ବ୍ୟତୀତ ଶ୍ରୀମନ୍ଦିର ବାହାରେ କଡା ସୁରକ୍ଷା ପ୍ରହରୀ ଥିବା ସତ୍ତ୍ଵେ ମଧ୍ୟ କିଭଳି ଭାବରେ ଲୋକମାନେ ବାରମ୍ଵାର ମନ୍ଦିର ଭିତରେ ମୋବାଇଲ ବ୍ୟବହାର କରୁଛନ୍ତି ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି ।
The post ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ, ଭୋଗ ମଣ୍ଡପ ଭିଡିଓ ଭାଇରାଲ୍ appeared first on KNews Odisha.