ପୁଣି ସକ୍ରିୟ ରାଜନୀତିକୁ ଫେରିବେ କି ରଘୁବର ଦାସ ? ଅଚାନକ ଇସ୍ତଫା ପରେ ଲମ୍ବିବାରେ ଲାଗିଛି ରାଜନୀତି ଚର୍ଚ୍ଚା
ଭୁବନେଶ୍ବର ୨୫।୧୨: ପୁଣି ସକ୍ରିୟ ରାଜନୀତିକୁ ଫେରିବେ କି ରଘୁବର ଦାସ । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ହାରିବା ପରେ କ’ଣ ଦଳ ରଘୁବରଙ୍କୁ ନେଇ କରୁଛି ନୂଆ ରଣନୀତି । ଓଡିଶା ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଅଚାନକ ଇସ୍ତଫା ପରେ ଉଠିବାରେ ଲାଗିଛି ନା ନା ପ୍ରଶ୍ନ । ବିଶେଷ କରି ତାଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ କଣ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଦିଗରେ ଖୋଦ୍ ରଘୁବରଙ୍କ ବୟାନ ବି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ମଙ୍ଗଳବାର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ରଘୁବର । ଦର୍ଶନ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଦଳ ଯାହା ଦାୟିତ୍ବ ଦେବ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯାହା ଇଚ୍ଛା ଥିବ ତାହା ସେ ନିର୍ବାହ କରିବେ । ଓଡିଶାର ରାଜ୍ୟପାଳ ଥିବାବେଳେ ରଘୁବର ଝାଡଖଣ୍ଡ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ସେଠାରେ ବିଜେପିର ପରାଜୟ ପରେ ଦଳ ସଂଗଠନ ସଂରଞ୍ଚନା ବଦଳାଇବାକୁ ଯାଉଥିବା ଚର୍ଚ୍ଚା ହେଉଛି । ତେଣୁ ସେ ଦିଗରେ ରଘୁବରଙ୍କ ଅନ୍ତର୍ଭୁକ୍ତିକରଣ କଥା ମଧ୍ୟ ଉଠୁଛି । ୨୦୩୬ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବିକଶିତ ଓଡିଶା ଗଠନ ହେବ ବୋଲି ରଘୁବର ଆଶାବ୍ୟକ୍ତ କରିଛନ୍ତି। ତେବେ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଜୋର ଧରିଛି । ବିଜେଡ଼ି ବରିଷ୍ଠ ନେତା ଭୂପି
ଭୁବନେଶ୍ବର ୨୫।୧୨: ପୁଣି ସକ୍ରିୟ ରାଜନୀତିକୁ ଫେରିବେ କି ରଘୁବର ଦାସ । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ହାରିବା ପରେ କ’ଣ ଦଳ ରଘୁବରଙ୍କୁ ନେଇ କରୁଛି ନୂଆ ରଣନୀତି । ଓଡିଶା ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଅଚାନକ ଇସ୍ତଫା ପରେ ଉଠିବାରେ ଲାଗିଛି ନା ନା ପ୍ରଶ୍ନ । ବିଶେଷ କରି ତାଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ କଣ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଦିଗରେ ଖୋଦ୍ ରଘୁବରଙ୍କ ବୟାନ ବି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ମଙ୍ଗଳବାର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ରଘୁବର । ଦର୍ଶନ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଦଳ ଯାହା ଦାୟିତ୍ବ ଦେବ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯାହା ଇଚ୍ଛା ଥିବ ତାହା ସେ ନିର୍ବାହ କରିବେ । ଓଡିଶାର ରାଜ୍ୟପାଳ ଥିବାବେଳେ ରଘୁବର ଝାଡଖଣ୍ଡ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ସେଠାରେ ବିଜେପିର ପରାଜୟ ପରେ ଦଳ ସଂଗଠନ ସଂରଞ୍ଚନା ବଦଳାଇବାକୁ ଯାଉଥିବା ଚର୍ଚ୍ଚା ହେଉଛି । ତେଣୁ ସେ ଦିଗରେ ରଘୁବରଙ୍କ ଅନ୍ତର୍ଭୁକ୍ତିକରଣ କଥା ମଧ୍ୟ ଉଠୁଛି । ୨୦୩୬ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବିକଶିତ ଓଡିଶା ଗଠନ ହେବ ବୋଲି ରଘୁବର ଆଶାବ୍ୟକ୍ତ କରିଛନ୍ତି।
ତେବେ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଜୋର ଧରିଛି । ବିଜେଡ଼ି ବରିଷ୍ଠ ନେତା ଭୂପିନ୍ଦର ସିଂ କହିଛନ୍ତି, ସେ ସମ୍ପୂର୍ଣ୍ଣ ବିଜେପିର ଥିଲେ । ରାଜ୍ୟପାଳ ହେଲେ ବି ସେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ନଥିଲେ । ଓଡିଶାରେ ବିଜେପି ସରକାର ଆସିବା ପାଇଁ ବି ସେ କାର୍ଯ୍ୟ କରୁଥିଲେ । ଭୂପିନ୍ଦର କହିଛନ୍ତି, ମୋର ୫୦ ବର୍ଷ ରାଜନୈତିକ କାଳରେ କେବେ କୌଣସି ରାଜ୍ୟପାଳ ଏଭଳି ବିବାଦରେ ଛନ୍ଦି ହେବା ଦେଖିନଥିଲି ।
ସେପଟେ ଦେଢ଼ ବର୍ଷ ନପୂରୁଣୁ ରାଜ୍ୟପାଳଙ୍କୁ କାହିଁକି ବଦଳାଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପାଇଁ ସେ ବିଦାହେଲେ କି ନା ସରକାରଙ୍କ ସହ ତାଙ୍କର ପଡୁନଥିବାରୁ ବିଦା ହେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରୀୟ ନେତୃତ୍ବ ଚର୍ଚ୍ଚା କରି ରାଜ୍ୟପାଳ ବଦଳାଇବା ନିଷ୍ପତ୍ତି ନେଇଥିବେ । ତେଣୁ ତାଉପରେ ଟିପ୍ପଣୀ କରିବା ଠିକ୍ ହେବ ନାହିଁ । ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ବିବାଦର କଥା ତୁଚ୍ଛା କାହାଣୀ ବୋଲି ସେ କହିଛନ୍ତି ।
You Can Read:
ନିର୍ବାଚନ ଡ୍ୟୁଟି ସମୟରେ ଜାଲ୍ ସରକାରୀ ଚିଠି ବ୍ୟବହାର ଘଟଣା : ସ୍ପଷ୍ଟୀକରଣ ରଖିଲେ ରେଭେନ୍ସା ଅଧ୍ୟାପିକା