ପୁଣି ସିନେଷ୍ଟାର ଅରିନ୍ଦମଙ୍କୁ ନେଇ ଚର୍ଚ୍ଚା, ଏଥର ବିଧାୟକ ମହମ୍ମଦ ମୋକିମଙ୍କ ସହ ଅରିନ୍ଦମ

କଟକ ରାଜନୀତିରେ ଗୁଞ୍ଜରଣ । ପୁଣି ସିନେଷ୍ଟାର ଅରିନ୍ଦମଙ୍କୁ ନେଇ ଚର୍ଚ୍ଚା । ମାସ ଆରମ୍ଭରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀଙ୍କୁ ଭେଟିବା ପରେ ଆଜି କଟକରେ ବିଧାୟକ ମହମ୍ମଦ ମୋକିମଙ୍କ ସହ ଅରିନ୍ଦମଙ୍କୁ ଏକାଠି ଏକ ଶୋଭାଯାତ୍ରାରେ ଦେଖିବାକୁ ମିଳିଛି । ୨୪ ନିର୍ବାଚନ ପାଖଉଥିବା ବେଳେ ଅରିନ୍ଦମଙ୍କ ଗତିବିଧି ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଅରିନ୍ଦମ କହିଛନ୍ତି, ମୁଁ ବିଜେଡିରେ ରହିଛି । ବିଜେଡି ମୋ ଦଳ । ଦଳ ମତେ ଯାହା […] The post ପୁଣି ସିନେଷ୍ଟାର ଅରିନ୍ଦମଙ୍କୁ ନେଇ ଚର୍ଚ୍ଚା, ଏଥର ବିଧାୟକ ମହମ୍ମଦ ମୋକିମଙ୍କ ସହ ଅରିନ୍ଦମ appeared first on KNews Odisha.

ପୁଣି ସିନେଷ୍ଟାର ଅରିନ୍ଦମଙ୍କୁ ନେଇ ଚର୍ଚ୍ଚା, ଏଥର ବିଧାୟକ ମହମ୍ମଦ ମୋକିମଙ୍କ ସହ ଅରିନ୍ଦମ
arindam

କଟକ ରାଜନୀତିରେ ଗୁଞ୍ଜରଣ । ପୁଣି ସିନେଷ୍ଟାର ଅରିନ୍ଦମଙ୍କୁ ନେଇ ଚର୍ଚ୍ଚା । ମାସ ଆରମ୍ଭରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀଙ୍କୁ ଭେଟିବା ପରେ ଆଜି କଟକରେ ବିଧାୟକ ମହମ୍ମଦ ମୋକିମଙ୍କ ସହ ଅରିନ୍ଦମଙ୍କୁ ଏକାଠି ଏକ ଶୋଭାଯାତ୍ରାରେ ଦେଖିବାକୁ ମିଳିଛି । ୨୪ ନିର୍ବାଚନ ପାଖଉଥିବା ବେଳେ ଅରିନ୍ଦମଙ୍କ ଗତିବିଧି ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଅରିନ୍ଦମ କହିଛନ୍ତି, ମୁଁ ବିଜେଡିରେ ରହିଛି । ବିଜେଡି ମୋ ଦଳ । ଦଳ ମତେ ଯାହା ଦାୟିତ୍ବ ଦେବ ତାହା ସମ୍ପାଦନ କରିବି । ଯଦି ଦଳ ଚାହିଁବ ସେ ନିର୍ବାଚନରେ ଛିଡା ହେବେ ବୋଲି କହିଛନ୍ତି।

ପ୍ରଥମେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଭେଟଘାଟ। ଆଜି କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସହ ପଦଯାତ୍ରା। ଏହି ଦୁଇଟି ଦୃଶ୍ୟ ଫିଲ୍ମ ଷ୍ଟାର ଅରିନ୍ଦମ ରୟଙ୍କୁ ନେଇ ଚାଲିଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ମହମ୍ମଦ ମୋକିମଙ୍କ ଉପରୁ କଂଗ୍ରେସ ନିଲମ୍ବନ ହଟାଇବା ପରେ ତାଙ୍କୁ ଫୁଲ ଦମରେ ଦେଖିବାକୁ ମିଳିଛି ।

ଆଜି କଟକରେ ମୋକିମଙ୍କ ସହ ଏକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଅରିନ୍ଦମ । ସୁଭାଷ ସଙ୍ଗଠନ ପକ୍ଷରୁ ନେତାଜୀଙ୍କ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ୨୪ ନିର୍ବାଚନ ପାଖଉଥିବା ବେଳେ ଏହା କଟକ ରାଜନୈତିକ ପାଣିପାଗକୁ ହଲଚଲ କରିଛି । ଏନେଇ ଅରିନ୍ଦମ କହିଛନ୍ତି, ମୋକିମଙ୍କ ସହ ଶୋଭାଯାତ୍ରାରେ ସାମିଲ ହେବା ଏକ ସଂଯୋଗମାତ୍ର । ସୁଭାଷ ସଂଗଠନ ପକ୍ଷରୁ ନିମନ୍ତ୍ରଣ ପାଇ ସେ ଆସିଥିଲେ । ଏହାକୁ ରାଜନୀତି ସହ ଯୋଡ଼ିବାର କିଛି କାରଣ ନାହିଁ ।

 

The post ପୁଣି ସିନେଷ୍ଟାର ଅରିନ୍ଦମଙ୍କୁ ନେଇ ଚର୍ଚ୍ଚା, ଏଥର ବିଧାୟକ ମହମ୍ମଦ ମୋକିମଙ୍କ ସହ ଅରିନ୍ଦମ appeared first on KNews Odisha.