ପୁଣି ହସିବ ପଞ୍ଚସଖାଙ୍କ ମଣିଷ ତିଆରି କାରଖାନା: ସତେଜ ହେବ ବକୁଳ ବନ ବିଦ୍ୟାଳୟର ହଜିଲା ସ୍ମୃତି
କନକ ବ୍ୟୁରୋ: ସତ୍ୟବାଦୀର ଐତିହାସିକ ବକୁଳ ବନ ବିଦ୍ୟାଳୟ ଓ ସାକ୍ଷୀଗୋପାଳ ମନ୍ଦିରର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ସେଥିପାଇଁ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ଗୁଜୁରାଟର ବଡ଼ନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ‘ପ୍ରେରଣା ସ୍କୁଲ’ର ଢାଞ୍ଚାରେ ବକୁଳ ବନ ବିଦ୍ୟାଳୟର ବିକାଶ କରାଯିବ। ଏହାସହ ସାକ୍ଷୀଗୋପୀନାଥଙ୍କ ମନ୍ଦିରର ଉନ୍ନତିକରଣ କରାଯିବ। ଆଗାମୀ ୧୪ ତାରିଖ ହେବାକୁ ଥିବା ୩ ଦିନିଆ ସତ୍ୟବାଦୀ ମହୋତ୍ସବ ଅବସରରେ ସରକାର ଏହାର ରୁପରେଖ, ବ୍ୟୟ ଅଟକଳ ଘୋଷଣା କରିବେ ବୋଲି କହିଛନ୍ତି ବିଧାୟକ ଓମ ପ୍ରକାଶ। ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରେ ୧୯୦୯ରେ ପଞ୍ଚସଖାଙ୍କ ଦ୍ୱାରା ସ୍ଥାପିତ ମୁକ୍ତାକାଶ ବନ ବିଦ୍ୟାଳୟ। ଆଜି ମଧ୍ୟ ଐତିହ୍ୟ ସଂପନ୍ନ ଶିକ୍ଷାନୁଷ୍ଠାନର ସ୍ବତନ୍ତ୍ରତା ରହିଛି। ବର୍ତ୍ତମାନର ପିଢ଼ିଙ୍କୁ ଏହା ସଂପର୍କରେ ଅବଗତ କରାଇବା ପାଇଁ ମୌଳିକ ଢାଞ୍ଚା ଅନୁରୂପ ବିକାଶ ଆବଶ୍ୟକ। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ। ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ। ତା'ପୂର୍ବରୁ ମଣିଷ ତିଆରି କାରଖାନାର ପୁନରୁଦ୍ଧାର ହେଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶ ଓ କଳ୍ପନାରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ଏକ ସ୍ୱପ୍ନ ପୂରଣ ହୋଇପାରିବ।

କନକ ବ୍ୟୁରୋ: ସତ୍ୟବାଦୀର ଐତିହାସିକ ବକୁଳ ବନ ବିଦ୍ୟାଳୟ ଓ ସାକ୍ଷୀଗୋପାଳ ମନ୍ଦିରର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ସେଥିପାଇଁ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ଗୁଜୁରାଟର ବଡ଼ନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ‘ପ୍ରେରଣା ସ୍କୁଲ’ର ଢାଞ୍ଚାରେ ବକୁଳ ବନ ବିଦ୍ୟାଳୟର ବିକାଶ କରାଯିବ। ଏହାସହ ସାକ୍ଷୀଗୋପୀନାଥଙ୍କ ମନ୍ଦିରର ଉନ୍ନତିକରଣ କରାଯିବ। ଆଗାମୀ ୧୪ ତାରିଖ ହେବାକୁ ଥିବା ୩ ଦିନିଆ ସତ୍ୟବାଦୀ ମହୋତ୍ସବ ଅବସରରେ ସରକାର ଏହାର ରୁପରେଖ, ବ୍ୟୟ ଅଟକଳ ଘୋଷଣା କରିବେ ବୋଲି କହିଛନ୍ତି ବିଧାୟକ ଓମ ପ୍ରକାଶ।
ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରେ ୧୯୦୯ରେ ପଞ୍ଚସଖାଙ୍କ ଦ୍ୱାରା ସ୍ଥାପିତ ମୁକ୍ତାକାଶ ବନ ବିଦ୍ୟାଳୟ। ଆଜି ମଧ୍ୟ ଐତିହ୍ୟ ସଂପନ୍ନ ଶିକ୍ଷାନୁଷ୍ଠାନର ସ୍ବତନ୍ତ୍ରତା ରହିଛି। ବର୍ତ୍ତମାନର ପିଢ଼ିଙ୍କୁ ଏହା ସଂପର୍କରେ ଅବଗତ କରାଇବା ପାଇଁ ମୌଳିକ ଢାଞ୍ଚା ଅନୁରୂପ ବିକାଶ ଆବଶ୍ୟକ।
୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ। ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ। ତା'ପୂର୍ବରୁ ମଣିଷ ତିଆରି କାରଖାନାର ପୁନରୁଦ୍ଧାର ହେଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶ ଓ କଳ୍ପନାରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ଏକ ସ୍ୱପ୍ନ ପୂରଣ ହୋଇପାରିବ।