ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ କରୁଛନ୍ତି। ଡାଉନଡିଟେକ୍ଟର ମଧ୍ୟ ଏକ୍ସର ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ସୋମବାର ଅର୍ଥାତ୍ ଏପ୍ରିଲ ୨୯ ଦିନ ୧୨ଟା ୪୭ରୁ ଏକ୍ସ ଡାଉନ ଥିବା ଜଣାପଡିଛି। ସୋମବାର ୫୧ ପ୍ରତିଶତ ଉପଭୋକ୍ତା ଆପ ବିଷୟରେ ଅଭିଯୋଗ କରିଛନ୍ତି ଏବଂ ୪୭ ପ୍ରତିଶତ ୱେବ ସଂସ୍କରଣରେ ସମସ୍ୟା ଭୋଗୁଛନ୍ତି। ଲୋକଙ୍କ […] The post ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର appeared first on Dharitri Odia News.
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ କରୁଛନ୍ତି। ଡାଉନଡିଟେକ୍ଟର ମଧ୍ୟ ଏକ୍ସର ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ସୋମବାର ଅର୍ଥାତ୍ ଏପ୍ରିଲ ୨୯ ଦିନ ୧୨ଟା ୪୭ରୁ ଏକ୍ସ ଡାଉନ ଥିବା ଜଣାପଡିଛି।
ସୋମବାର ୫୧ ପ୍ରତିଶତ ଉପଭୋକ୍ତା ଆପ ବିଷୟରେ ଅଭିଯୋଗ କରିଛନ୍ତି ଏବଂ ୪୭ ପ୍ରତିଶତ ୱେବ ସଂସ୍କରଣରେ ସମସ୍ୟା ଭୋଗୁଛନ୍ତି। ଲୋକଙ୍କ ଟାଇମଲାଇନ ଅପଡେଟ ହେଉନାହିଁ। ଉପଭୋକ୍ତାମାନଙ୍କ ପାଇଁ Something went wrong. Try reloading ମେସେଜ ମିଳୁଛି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏପ୍ରିଲ ୨୬ ରେ, ଏକ୍ସ ଡାଉନ ହୋଇଥିଲା ଏବଂ ସେହି ସମୟ ମଧ୍ୟରେ ୧୦୦୦ ରୁ ଅଧିକ ଉପଭୋକ୍ତା ଏହାକୁ ନେଇ ଅଭିଯୋଗ କରିଥିଲେ। ସେହି ସମୟ ମଧ୍ୟରେ, ଉପଭୋକ୍ତାମାନେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ଯଦିଓ କିଛି ସମୟ ପରେ ସେବାଗୁଡିକ ଠିକ କରାଯାଇଥିଲା।
The post ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର appeared first on Dharitri Odia News.