ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ, ଧର୍ମଶାଳା ବିଧାନସଭା ଆସନକୁ ନେଇ ତୁମୁଳକାଣ୍ଡ

ଭୁବନେଶ୍ୱର : ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ। ଧର୍ମଶାଳା ବିଧାନସଭା ଆସନ ପାଇଁ ପ୍ରାର୍ଥୀତ୍ବକୁ ନେଇ ତୁମୁଳକାଣ୍ଡ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତୁମୁଳକାଣ୍ଡ । ଧର୍ମଶାଳା ଯୁବ ବିଜେପି ନେତା ହିମାଂଶୁ ଶେଖର ସାହୁ ଓ ସମର୍ଥକଙ୍କ ହୋହଲ୍ଲା । ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏହାକୁ ବିରୋଧ କରି ପାର୍ଟି ଅଫିସରେ ତୁମୁଳକାଣ୍ଡ ଦେଖା ଦେଇଛି ।  ଦୁଇ ଦିନ ତଳେ ଖୋର୍ଦ୍ଧା ବିଜେପି ଟିକେଟ ନେଇ ରାଜ୍ୟ […] The post ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ, ଧର୍ମଶାଳା ବିଧାନସଭା ଆସନକୁ ନେଇ ତୁମୁଳକାଣ୍ଡ appeared first on KNews Odisha.

ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ, ଧର୍ମଶାଳା ବିଧାନସଭା ଆସନକୁ ନେଇ ତୁମୁଳକାଣ୍ଡ
bjp

ଭୁବନେଶ୍ୱର : ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ। ଧର୍ମଶାଳା ବିଧାନସଭା ଆସନ ପାଇଁ ପ୍ରାର୍ଥୀତ୍ବକୁ ନେଇ ତୁମୁଳକାଣ୍ଡ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତୁମୁଳକାଣ୍ଡ । ଧର୍ମଶାଳା ଯୁବ ବିଜେପି ନେତା ହିମାଂଶୁ ଶେଖର ସାହୁ ଓ ସମର୍ଥକଙ୍କ ହୋହଲ୍ଲା ।

ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏହାକୁ ବିରୋଧ କରି ପାର୍ଟି ଅଫିସରେ ତୁମୁଳକାଣ୍ଡ ଦେଖା ଦେଇଛି ।  ଦୁଇ ଦିନ ତଳେ ଖୋର୍ଦ୍ଧା ବିଜେପି ଟିକେଟ ନେଇ ରାଜ୍ୟ କାର୍ଯ୍ୟାଳୟରେ କାଳୁଚରଣ ଖଣ୍ଡାୟତରାୟ ସମର୍ଥକଙ୍କ ହଙ୍ଗାମା କରିଥିଲେ । କହିଥିଲେ ଟିକେଟ ମତେ ନ ମିଳିଲେ ପରିସ୍ଥିତି ଭୟଙ୍କର ହେବ ।

ହିମାଂଶୁ ଶେଖର ସାହୁଙ୍କ ସମର୍ଥକଙ୍କ ବିଜେପି କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ ଜାରି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆଲୋଚନା ବିଫଳ । ଧର୍ମଶାଳା ପାଇଁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କୁ ବିରୋଧ କରିଛନ୍ତି ହିମାଂଶୁ ଙ୍କ ସମର୍ଥକ । ଶୀର୍ଷ ନେତୃତ୍ୱଙ୍କ ଆଗରେ କଥା ରଖିବୁ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହଙ୍କ ସହ ଆଲୋଚନା କରି ନିଷ୍ପତି ନେବା ପାଇଁ ଅନୁରୋଧ କରିବି । ହେଲେ ଏହାକୁ ଗ୍ରହଣ କରିନାହାନ୍ତି ହିମାଂଶୁଙ୍କ ସମର୍ଥକ । ଯେଉଁ ପର୍ଯ୍ୟନ୍ତ ଏହି ଆସନ ପାଇଁ  ସ୍ଥଗିତାଦେଶ ଜାରି ହୋଇନି ତଥା ଟିକେଟ କଥା ଫାଇନାଲ ହୋଇନି , ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ଓ ଟିକେଟକୁ  ସ୍ଥଗିତ କରନ୍ତୁ ବୋଲି ପ୍ରଶଂସକ ଦାବି କରିଛନ୍ତି ।  2 ଘଣ୍ଟା ହେଲା ବିଜେପି ଅଫିସ ପରିସରରେ ଧାରଣାରେ ବସିଛନ୍ତି ହିମାଂଶୁଙ୍କ ସମର୍ଥକ ।

The post ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ, ଧର୍ମଶାଳା ବିଧାନସଭା ଆସନକୁ ନେଇ ତୁମୁଳକାଣ୍ଡ appeared first on KNews Odisha.