ପୁଣିଥରେ ରିଙ୍ଗକୁ ଫେରିବେ ମାଇକ୍‌ ଟାଇସନ୍‌, ସୋସିଆଲ ମିଡିଆ ‘ସୁଲ୍‌ତାନ୍‌’ଙ୍କ ସହ ହେବ ଲଢ଼େଇ

ନୂଆଦିଲ୍ଲୀ,୯।୩: ଦୁନିଆର ସବୁଠାରୁ ଭୟଙ୍କର ବକ୍ସର ମାଇକ ଟାଇସନ ୫୭ ବର୍ଷ ବୟସରେ ପୁଣି ଥରେ ରିଙ୍ଗକୁ ଫେରିବାକୁ ଯାଉଛନ୍ତି। ଜୁଲାଇ ୨୦ ରେ ଟାଇସନ ରିଙ୍ଗକୁ ଫେରିବେ। ସେ ପୂର୍ବତନ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ପେସାଦାର ବକ୍ସର ଜ୍ୟାକ ପାଲଙ୍କ ସହ ମୁହାଁମୁହିଁ ହେବେ। ତେବେ ଟାଇସନ ତାଙ୍କର ସମଗ୍ର କ୍ୟାରିୟରରେ ୫୮ ପେସାଦାର ଲଢ଼େଇ କରିଛନ୍ତି, ସେଥିମଧ୍ୟରୁ ୫୦ଟିରେ ସେ ଜିତିଛନ୍ତି। ଏକ ସମୟ ଥିଲା ଯେତେବେଳେ ବକ୍ସରମାନେ ଟାଇସନଙ୍କୁ ସାମ୍ନା କରିବାକୁ […] The post ପୁଣିଥରେ ରିଙ୍ଗକୁ ଫେରିବେ ମାଇକ୍‌ ଟାଇସନ୍‌, ସୋସିଆଲ ମିଡିଆ ‘ସୁଲ୍‌ତାନ୍‌’ଙ୍କ ସହ ହେବ ଲଢ଼େଇ appeared first on Dharitri Odia News.

ପୁଣିଥରେ ରିଙ୍ଗକୁ ଫେରିବେ ମାଇକ୍‌ ଟାଇସନ୍‌, ସୋସିଆଲ ମିଡିଆ ‘ସୁଲ୍‌ତାନ୍‌’ଙ୍କ ସହ ହେବ ଲଢ଼େଇ

ନୂଆଦିଲ୍ଲୀ,୯।୩: ଦୁନିଆର ସବୁଠାରୁ ଭୟଙ୍କର ବକ୍ସର ମାଇକ ଟାଇସନ ୫୭ ବର୍ଷ ବୟସରେ ପୁଣି ଥରେ ରିଙ୍ଗକୁ ଫେରିବାକୁ ଯାଉଛନ୍ତି। ଜୁଲାଇ ୨୦ ରେ ଟାଇସନ ରିଙ୍ଗକୁ ଫେରିବେ। ସେ ପୂର୍ବତନ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ପେସାଦାର ବକ୍ସର ଜ୍ୟାକ ପାଲଙ୍କ ସହ ମୁହାଁମୁହିଁ ହେବେ।

ତେବେ ଟାଇସନ ତାଙ୍କର ସମଗ୍ର କ୍ୟାରିୟରରେ ୫୮ ପେସାଦାର ଲଢ଼େଇ କରିଛନ୍ତି, ସେଥିମଧ୍ୟରୁ ୫୦ଟିରେ ସେ ଜିତିଛନ୍ତି। ଏକ ସମୟ ଥିଲା ଯେତେବେଳେ ବକ୍ସରମାନେ ଟାଇସନଙ୍କୁ ସାମ୍ନା କରିବାକୁ ଭୟ କରୁଥିଲେ, କାରଣ ସେ ତାଙ୍କ କ୍ୟାରିୟରର କ୍ରମାଗତ ୩୭ ଲଢ଼େଇ ଜିତିଥିଲେ।୨୦୦୫ ରେ ଟାଇସନଙ୍କୁ ତାଙ୍କ କ୍ୟାରିୟରର ଶେଷ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

ମାଇକ ଟାଇସନ ଏବଂ ଜ୍ୟାକ ପଲ୍‌ଙ୍କ ମଧ୍ୟରେ ହେବାକୁ ଥିବା ଏହି ଲଢ଼େଇ ଆମେରିକାର ଟେକ୍ସାସ ସ୍ଥିତ ଏଟି ଆଣ୍ଡ ଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଲଢ଼େଇ ଦେଖିବାକୁ ୮୦ ହଜାର ଦର୍ଶକ ଆସିବେ ବୋଲି ଅନୁମାନ କରାଯାଉଛି। ଏହାର ପ୍ରସାରଣ ଅଧିକାର ୨,୪୮୧ କୋଟିରେ ବିକ୍ରି ହୋଇଛି। ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଏହାକୁ କିଣିଛି।

The post ପୁଣିଥରେ ରିଙ୍ଗକୁ ଫେରିବେ ମାଇକ୍‌ ଟାଇସନ୍‌, ସୋସିଆଲ ମିଡିଆ ‘ସୁଲ୍‌ତାନ୍‌’ଙ୍କ ସହ ହେବ ଲଢ଼େଇ appeared first on Dharitri Odia News.