ପୁଣେ କାର୍ ଦୁର୍ଘଟଣା: ଅଭିଯୁକ୍ତ ନାବାଳକଙ୍କ ମା’ ଗିରଫ
ପୁଣେ,୧।୬: ପୁଣେ ପୋଲିସ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି। କାରଣ ନାବାଳକଙ୍କ ରକ୍ତ ନମୂନା ତାଙ୍କ ମା’ଙ୍କ ରକ୍ତ ନମୂନା ସହ ଅଦଳବଦଳ କରାଯାଇଥିବା ଜଣାପଡ଼ିଛି। ଦୁଇ ଦିନ ପୂର୍ବେ ପୋଲିସ ଏନେଇ ସ୍ଥାନୀୟ ଅଦାଲତରେ ସୂଚନା ଦେଇଥିଲା। ପୋଲିସ କମିଶନର ଅମିତେଶ କୁମାର ଶନିବାର କହିଛନ୍ତି ଯେ, ଅଭିଯୁକ୍ତଙ୍କ ରକ୍ତ ନମୁନା ତାଙ୍କ ମା’ ଶିବାନୀ ଅଗ୍ରଓ୍ବାଲଙ୍କ ରକ୍ତ ନମୁନାରୁ ବଦଳାଯାଇଥିଲା। ଏହାପରେ ତାଙ୍କୁ ଶୁକ୍ରବାର ମଧ୍ୟରାତ୍ରରେ ଗିରଫ […] The post ପୁଣେ କାର୍ ଦୁର୍ଘଟଣା: ଅଭିଯୁକ୍ତ ନାବାଳକଙ୍କ ମା’ ଗିରଫ appeared first on Dharitri Odia News.
ପୁଣେ,୧।୬: ପୁଣେ ପୋଲିସ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି। କାରଣ ନାବାଳକଙ୍କ ରକ୍ତ ନମୂନା ତାଙ୍କ ମା’ଙ୍କ ରକ୍ତ ନମୂନା ସହ ଅଦଳବଦଳ କରାଯାଇଥିବା ଜଣାପଡ଼ିଛି। ଦୁଇ ଦିନ ପୂର୍ବେ ପୋଲିସ ଏନେଇ ସ୍ଥାନୀୟ ଅଦାଲତରେ ସୂଚନା ଦେଇଥିଲା।
ପୋଲିସ କମିଶନର ଅମିତେଶ କୁମାର ଶନିବାର କହିଛନ୍ତି ଯେ, ଅଭିଯୁକ୍ତଙ୍କ ରକ୍ତ ନମୁନା ତାଙ୍କ ମା’ ଶିବାନୀ ଅଗ୍ରଓ୍ବାଲଙ୍କ ରକ୍ତ ନମୁନାରୁ ବଦଳାଯାଇଥିଲା। ଏହାପରେ ତାଙ୍କୁ ଶୁକ୍ରବାର ମଧ୍ୟରାତ୍ରରେ ଗିରଫ କରାଯାଇଛି।
କହିରଖୁଛୁ, ପୁଣେର କଲ୍ୟାଣନଗରରେ ଜଣେ ୧୭ ବର୍ଷୀୟ ନାବାଳକ ପୋର୍ସେ କାର୍ ଚଳାଉଥିବା ବେଳେ ରାସ୍ତାରେ ଯାଉଥିବା ୨ ଜଣ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ନାବାଳକଙ୍କୁ ସୁଧାରଗୃହକୁ ପଠାଯାଇଛି। ସେହିଭଳି ଡ୍ରାଇଭରଙ୍କ ଉପରେ ଚାପ ପକାଇ ଦୋଷ ଲଦିଦେବାକୁ ଚେଷ୍ଟା କରିବା ଅଭିଯୋଗରେ ବ୍ୟବସାୟୀ ବିଶାଲ ଅଗ୍ରଓ୍ବାଲ ଏବଂ ଜେଜେବାପା ସୁରେନ୍ଦ୍ର ଅଗ୍ରଓ୍ବାଲଙ୍କୁ ପୂର୍ବରୁ ଗିରଫ କରାଯାଇଛି। ଏବେ ସେମାନେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ଅଛନ୍ତି।
The post ପୁଣେ କାର୍ ଦୁର୍ଘଟଣା: ଅଭିଯୁକ୍ତ ନାବାଳକଙ୍କ ମା’ ଗିରଫ appeared first on Dharitri Odia News.