ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ !

ଜଗତସିଂହପୁର  ୧୦।୦୭ : ଜଗତସିଂହପୁର ଜିଲ୍ଲା ସଦର ଥାନା ଯାହାନପୁର ଗାଁରେ ଅଘଟଣ । କୋଦାଳରେ ହାଣି ପୁତୁରାକୁ ହତ୍ୟା କଲା ଦାଦା। ମୃତ ପୁତୁରାଙ୍କ ନାମ ସୁମନ୍ତ ଦାସ ବୋଲି ଜଣାପଡିଛି। ଅଭିଯୁକ୍ତ ଦାଦା ସଞ୍ଜୟ ଦାସ ଗିରଫ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ସନ୍ଦେହ । ଖବର ଅନୁଯାୟୀ, ସୁମନ୍ତ ଜଗତସିଂହପୁର ସ୍ଥିତ ଏସଭିଏମ କଲେଜରେ ଯୁକ୍ତ ଦୁଇରେ ପାଠ ପଢୁଥିଲେ। ଗୁରୁବାର ସକାଳେ କଲେଜ ବାହାରୁଥିବା ବେଳେ ଦାଦା ସଂଜୟ ତାଙ୍କୁ ଏକ କୋଦାଳରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମଣ୍ଡା ସାହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ।   

ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ !

ଜଗତସିଂହପୁର  ୧୦।୦୭ : ଜଗତସିଂହପୁର ଜିଲ୍ଲା ସଦର ଥାନା ଯାହାନପୁର ଗାଁରେ ଅଘଟଣ । କୋଦାଳରେ ହାଣି ପୁତୁରାକୁ ହତ୍ୟା କଲା ଦାଦା। ମୃତ ପୁତୁରାଙ୍କ ନାମ ସୁମନ୍ତ ଦାସ ବୋଲି ଜଣାପଡିଛି। ଅଭିଯୁକ୍ତ ଦାଦା ସଞ୍ଜୟ ଦାସ ଗିରଫ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ସନ୍ଦେହ । 

ଖବର ଅନୁଯାୟୀ, ସୁମନ୍ତ ଜଗତସିଂହପୁର ସ୍ଥିତ ଏସଭିଏମ କଲେଜରେ ଯୁକ୍ତ ଦୁଇରେ ପାଠ ପଢୁଥିଲେ। ଗୁରୁବାର ସକାଳେ କଲେଜ ବାହାରୁଥିବା ବେଳେ ଦାଦା ସଂଜୟ ତାଙ୍କୁ ଏକ କୋଦାଳରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମଣ୍ଡା ସାହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ।