ପୁତୁରାଙ୍କ ପରେ କାକା ଘରେ ପଶିଲା CBI: ରାଜନୈତିକ ଲିଙ୍କ ନେଇ ଚର୍ଚ୍ଚା
ବରଗଡ଼/ସରଣ୍ଡା, ୫।୩(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାରେ ବୁଧବାର ସିବିଆଇ ଚଢାଉ ଚର୍ଚ୍ଚାର ବିଷୟ ହୋଇଛି। ସିବିଆଇର ୨ଟିମ୍ ପୂର୍ବାହ୍ନରେ ପରମାଣପୁର ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଚଢାଉ କରିଥିଲେ। ଜି. ସତ୍ୟନାରାୟଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଜଣେ ଲେବର ଠିକାଦାର ଅଟନ୍ତି । ସେ ଦୀର୍ଘ ଦିନ ହେଲା ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ଗୋଦାମ ଗୃହ ଗୁଡ଼ିକୁ ଠିକା ନେଇ ଆସୁଛନ୍ତି । ତେବେ ତାଙ୍କର ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ […] The post ପୁତୁରାଙ୍କ ପରେ କାକା ଘରେ ପଶିଲା CBI: ରାଜନୈତିକ ଲିଙ୍କ ନେଇ ଚର୍ଚ୍ଚା appeared first on Dharitri Odia News.
ବରଗଡ଼/ସରଣ୍ଡା, ୫।୩(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାରେ ବୁଧବାର ସିବିଆଇ ଚଢାଉ ଚର୍ଚ୍ଚାର ବିଷୟ ହୋଇଛି। ସିବିଆଇର ୨ଟିମ୍ ପୂର୍ବାହ୍ନରେ ପରମାଣପୁର ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଚଢାଉ କରିଥିଲେ। ଜି. ସତ୍ୟନାରାୟଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଜଣେ ଲେବର ଠିକାଦାର ଅଟନ୍ତି । ସେ ଦୀର୍ଘ ଦିନ ହେଲା ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ଗୋଦାମ ଗୃହ ଗୁଡ଼ିକୁ ଠିକା ନେଇ ଆସୁଛନ୍ତି ।
ତେବେ ତାଙ୍କର ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ବେଆଇନ କାରବାର ଉପରେ ସୂଚନା ପାଇ ବର୍ତ୍ତମାନ ସିବିଆଇ ତଦନ୍ତ କରୁଥିବା ଅନୁମାନ କରାଯାଉଛି। ଜି. ସତ୍ୟନାରାୟଣଙ୍କ ପୁଅ ଜି. ଉମା ମହେଶଙ୍କୁ ସିବିଆଇର ଏକ ଟିମ ଉଠାଇ ନେଇ ଅନ୍ୟତ୍ର ଜେରା କରିଥିଲେ। ଅନ୍ୟପକ୍ଷରେ ସିବିଆଇ ଟିମ୍ ଜି ସତ୍ୟନାରାୟଣଙ୍କ ଅତାବିରା ଶାନ୍ତିପଡାସ୍ଥିତ କାକା ଜି. ନରସିଂହ ମୂର୍ତ୍ତିଙ୍କ ଘରେ ଚଢାଉ କରିଥିଲେ। ତେବେ ଚଢାଉ ବେଳେ ସେ ଅନୁପସ୍ଥିତ ଥିବା ଜଣାପଡିଛି। ସିବିଆଇ ତାଙ୍କ ଏକ ଘରକୁ ସିଲ୍ କରିଥିବା ସୂଚନା ମିଳିଛି।
ଦିନକରେ କାକା-ପୁତୁରାଙ୍କ ଘରେ ସିବିଆଇ ତନାଘନାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଉଭୟେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଯୋଗୁଁ ଏଥିରେ ରାଜନୈତିକ ଲିଙ୍କ୍ ମଧ୍ୟ ଥାଇପାରେ ବୋଲି ସାଧାରଣରେ ଆଲୋଚନା ଚାଲିଛି। ତେବେ ଚଢାଉ ସରିବା ପରେ ବାସ୍ତବତା ପଦାକୁ ଆସିବ। ଚଢାଉର କାରଣ ଅସ୍ପଷ୍ଟ ଥିବାବେଳେ ତାହା ଜାଣିବା ପାଇଁ ସମସ୍ତଙ୍କ ନଜର ରହିଛି।
The post ପୁତୁରାଙ୍କ ପରେ କାକା ଘରେ ପଶିଲା CBI: ରାଜନୈତିକ ଲିଙ୍କ ନେଇ ଚର୍ଚ୍ଚା appeared first on Dharitri Odia News.