ପୁତ୍ରହନ୍ତା ପିତାକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଦୌରା ଜଜ୍ (୧) କୋର୍ଟରେ ଶନିବାର ଏକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ୫୦ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରିଛନ୍ତି। ହତ୍ୟାକାରୀ ଜଣକ ହେଲେ କୁଳିଅଣା ଥାନା ଅନ୍ତର୍ଗତ ଝିନେଇ ଅଞ୍ଚଳର ବାଲଡିହା ଗ୍ରାମର ଚେପା […]

ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଦୌରା ଜଜ୍ (୧) କୋର୍ଟରେ ଶନିବାର ଏକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ୫୦ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରିଛନ୍ତି। ହତ୍ୟାକାରୀ ଜଣକ ହେଲେ କୁଳିଅଣା ଥାନା ଅନ୍ତର୍ଗତ ଝିନେଇ ଅଞ୍ଚଳର ବାଲଡିହା ଗ୍ରାମର ଚେପା ଦେହୁରୀ(୪୦)।
ସୂଚନାଯୋଗ୍ୟ, ବଡ଼ସାହି ଥାନା ଅନ୍ତର୍ଗତ ବେଳାଡୁଙ୍ଗରି ଠାରେ ଚେପା ପରିବାର ଲୋକଙ୍କ ସମେତ ରହୁଥିଲେ। ଗତ ୨୦୨୦ ଅକ୍ଟୋବର ୨୩ ତାରିଖରେ ଚେପା ଦେହୁରୀ ରାତି ପ୍ରାୟ ୨ଟା ବେଳେ ତାଙ୍କ ପୁଅକୁ ସୁଦାନ ଦେହୁରୀ ସହିତ ପାଟିତୁଣ୍ଡ ହୋଇଥିଲା। ଯାହାକୁ ନେଇ ସେ ଉତକ୍ଷିପ୍ତ ହୋଇ ପୁଅ ସୁଦାନ ମୁଣ୍ଡରେ ଏକ ପଥରରେ ପ୍ରହାର କରିଥିଲେ। ଯାହା ଫଳରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିପରେ ସେ ପୁଅର ମୃତଦେହକୁ ନଷ୍ଟ କରିଦେବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଁଚି ଅଟକାଇ ଥିଲେ। ଏଥିପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏନେଇ ସ୍ଥାନୀୟ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେଶ ନମ୍ବର ୧୩୩/୨୦୨୦ରେ ଏକ ମାମଲା ରୁଜୁ କରି ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୫୩ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ଉକ୍ତ ମାମଲାକୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ।