ପୁରୀ ଅଘଟଣ: ମୁଖ୍ୟମନ୍ତ୍ରୀ କହିଲେ ଜଗନ୍ନାଥପ୍ରେମୀଙ୍କ ନିକଟରେ…

ପୁରୀ,୨୯।୬: ପୁରୀ ଅଘଟଣ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି। ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ସେ କହିଛନ୍ତି। ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ କହିଲେ। […] The post ପୁରୀ ଅଘଟଣ: ମୁଖ୍ୟମନ୍ତ୍ରୀ କହିଲେ ଜଗନ୍ନାଥପ୍ରେମୀଙ୍କ ନିକଟରେ… appeared first on Dharitri Odia News.

ପୁରୀ ଅଘଟଣ: ମୁଖ୍ୟମନ୍ତ୍ରୀ କହିଲେ ଜଗନ୍ନାଥପ୍ରେମୀଙ୍କ ନିକଟରେ…

ପୁରୀ,୨୯।୬: ପୁରୀ ଅଘଟଣ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି। ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ସେ କହିଛନ୍ତି। ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ କହିଲେ। ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୋହନ କହିଛନ୍ତି।

ଏନେଇ ମୁହଁ ଖୋଲିଛନ୍ତି ପୁରୀ ଜିଲାପାଳ। ସେ କହିଛନ୍ତି, ପହଡ ଖୋଲିବା ପରେ ହଠାତ ଭକ୍ତଙ୍କ ଭିଡ଼ ଦେଖାଦେଇଥିଲା। ଭିଡ଼ ପାଇଁ ପ୍ରାୟ ୯ ଜଣ ଅଣନିଶ୍ବାସୀ ହୋଇ ଯାଇଥିଲେ। ମେଡିକାଲ ସୂଚନା ଅନୁସାରେ ୬ ଆହତ ହୋଇଛନ୍ତି, ଆଉ ସମସ୍ତେ ଭଲ ଅଛନ୍ତି। କିପରି ଘଟିଲା ଅନୁଧ୍ୟାନ କରିବୁ, ଏବେ ଦର୍ଶନ ବ୍ୟବସ୍ଥା ଦେଖୁଛୁ।

ସୂଚନାଥାଉ କି, ଭକ୍ତମାନେ ଗୋଟିଏ ରଥ ପାଖରୁ ଅନ୍ୟ ରଥପାଖକୁ ଯିବା ଆସିବା ଆରମ୍ଭ କରିଥିଲେ । ହେଲେ ଏହି ସମୟରେ ଚାରମାଳ କାଠ ଭର୍ତ୍ତି ଦୁଇଟା ଟ୍ରକ ଭିଡ ଭିତରେ ପଶିଥିଲା, ଆଉ ଚାରମାଳ ରଖିଯାଇଥିଲା । ଏହାକୁ ସ୍ଥିତିକୁ ଅଧିକ ଅସମ୍ଭାଳ କରିଦେଇଥିଲା । ଠେଲାପେଲାରେ କିଛି ଭକ୍ତ ତଳେ ପଡିଯାଇଥିଲେ ।

ସକାଳୁ ସକାଳୁ ପୁରୀରେ ବଡ଼ ଅଘଟଣ, ୩ ଭକ୍ତଙ୍କ ମୃତ୍ୟୁ, ଅନେକ ଆହତ

The post ପୁରୀ ଅଘଟଣ: ମୁଖ୍ୟମନ୍ତ୍ରୀ କହିଲେ ଜଗନ୍ନାଥପ୍ରେମୀଙ୍କ ନିକଟରେ… appeared first on Dharitri Odia News.