ପୁରୀ ଅଘଟଣ : ସରକାରଙ୍କୁ ଦାୟୀ କଲେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ

ନନ୍ଦିଘୋଷ ବ୍ୟୁରୋ: ଅନ୍ୟପଟେ ଅବ୍ୟବସ୍ଥା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ। ସମନ୍ଵୟ ରକ୍ଷା କରିବାରେ... The post ପୁରୀ ଅଘଟଣ : ସରକାରଙ୍କୁ ଦାୟୀ କଲେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ appeared first on .

ପୁରୀ ଅଘଟଣ : ସରକାରଙ୍କୁ ଦାୟୀ କଲେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ

ନନ୍ଦିଘୋଷ ବ୍ୟୁରୋ: ଅନ୍ୟପଟେ ଅବ୍ୟବସ୍ଥା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ। ସମନ୍ଵୟ ରକ୍ଷା କରିବାରେ ସରକାର ଫେଲ୍ ବୋଲି କହିଛନ୍ତି ଶୁଭାଶିଷ। ତାଙ୍କ କହିବା କହିବା କଥା, ଗତବର୍ଷଠୁ ମହାପ୍ରଭୁଙ୍କ କୋପ ରହିଛି।  ଐତିହାସିକ ରଥଯାତ୍ରା କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଆଉ ସରକାରଙ୍କ ଏହି ଗର୍ବ ପାଇଁ ଅଘଟଣ ଘଟିଲା। ଭିଡ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଶୁଭାଶିଷ ଖୁଣ୍ଟିଆ। ଅନ୍ୟପଟେ ରଥଟଣା ଆରମ୍ଭରୁ ବିଭ୍ରାଟ ଦେଖା ଦେଇଥିଲା ବୋଲି କହିଛନ୍ତି ପୁରୀ ବିଧାୟକ ସୁନୀଲ ମହାନ୍ତି। ଏଭଳି ଗଟଣାରେ ଦୋଷ ମାନନ୍ତୁ ପ୍ରଶାସନିକ ଅଧିକାରୀ। ମହାପ୍ରଭୁଙ୍କ ନାଁ ନେଇ ଖସିଯିବା ଉଚିତ ନୁହେଁ। ଭିଡ ନିୟନ୍ତ୍ରଣରେ ପ୍ରଶାସନିକ ଅଧିକାରୀ ଫେଲ୍ ହୋଇଛନ୍ତି ବୋଲି କହିଛନ୍ତି ସୁନୀଲ ମହାନ୍ତି। ସେହିପରି କାହା ସ୍ଵାର୍ଥରେ ୬ହଜାର କର୍ଡନ ପାସ କରାଯାଇଛି। ଆଇନମନ୍ତ୍ରୀ ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସୁନୀଲ। ଗୋଟିଏ ଭୁଲ ଲୁଚାଇବାକୁ ଯାଇ ସରକାର ଭୁଲ ପରେ ଭୁଲ କରି ଚାଲିଛନ୍ତି। ଓଡ଼ିଆ ଅସ୍ମିତା ରସା ତଳକୁ ଗଲାଣି ବୋଲି କହିଛନ୍ତି ବିଜେଡି ନେତା।

The post ପୁରୀ ଅଘଟଣ : ସରକାରଙ୍କୁ ଦାୟୀ କଲେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ appeared first on .