ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ସେବାୟତ: କହିଦେଲେ ବଡ଼ କଥା

ପୁରୀ,୨୯।୬: ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର। ସେ କହିଛନ୍ତି ଯେ, ପହୁଡ଼ ନୀତିକୁ ନେଇ ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା, ମାତ୍ର କରାଯାଇନାହିଁ। ଯଦି ବି ପହୁଡ଼ ହେଲା, ତାହା ହେଲେ ଘଣ୍ଟାଏ ପରେ ଉଠି ପାରିଥାନ୍ତା। ଏସବୁ ନିଷ୍ପତ୍ତି ପରିଚାଳନା କମିଟି ଥିଲେ ନେଇ ପାରିଥାନ୍ତା, ମାତ୍ର ହେଲାନାହିଁ। ସୂଚନା କେନ୍ଦ୍ର ପାଖରେ କେହି ନ ଥିଲେ। ଭକ୍ତ […] The post ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ସେବାୟତ: କହିଦେଲେ ବଡ଼ କଥା appeared first on Dharitri Odia News.

ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ସେବାୟତ: କହିଦେଲେ ବଡ଼ କଥା

ପୁରୀ,୨୯।୬: ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର। ସେ କହିଛନ୍ତି ଯେ, ପହୁଡ଼ ନୀତିକୁ ନେଇ ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା, ମାତ୍ର କରାଯାଇନାହିଁ। ଯଦି ବି ପହୁଡ଼ ହେଲା, ତାହା ହେଲେ ଘଣ୍ଟାଏ ପରେ ଉଠି ପାରିଥାନ୍ତା। ଏସବୁ ନିଷ୍ପତ୍ତି ପରିଚାଳନା କମିଟି ଥିଲେ ନେଇ ପାରିଥାନ୍ତା, ମାତ୍ର ହେଲାନାହିଁ। ସୂଚନା କେନ୍ଦ୍ର ପାଖରେ କେହି ନ ଥିଲେ। ଭକ୍ତ ଜାଣି ପାରିଲେ ନାହିଁ। ଯେଉଁଥିଲାଗି ବଡ଼ ଅଘଟଣ ଘଟିଥିବା ସେ କହିଛନ୍ତି।

ସୂଚନାଥାଉ କି, ସକାଳୁ ସକାଳୁ ପୁରୀରେ ଘଟିଛି ବଡ଼ ଅଘଟଣ। ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିଆ ଦର୍ଶନ କରିବାକୁ ଆସି ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି।

Image

ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି। ଭୋରରୁ ଏପରି ବଡ଼ ଅଘଟଣ ଘଟିଛି। ତେବେ ଭୋର ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା ମିଳିଛି। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଘଟଣା ହୋଇଛି। ମୃତକ ବୋଲଗଡ଼ର ୩୬ ବର୍ଷୀୟ ବାସନ୍ତୀ ସାହୁ, ୭୮ବର୍ଷୀୟ ପ୍ରେମକାନ୍ତି ମହାନ୍ତି, ବାଲିପାଟଣାର ପ୍ରଭାତୀ ଦାସ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଠେଲାପେଲାରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଭକ୍ତଙ୍କ ଭିଡ଼ ଭିତରେ ଚାର କାଠ ବୋଝେଇ ଟ୍ରକ ପଶିଥିଲା। ଯାହାପରେ ଠେଲାପେଲାରେ ଏପରି ସ୍ଥିତି ହୋଇଛି।

The post ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ସେବାୟତ: କହିଦେଲେ ବଡ଼ କଥା appeared first on Dharitri Odia News.