ପୁରୀ ଆସି କଥା ବଦଳାଇଲେ ରାମକୃଷ୍ଣ
ପୁରୀ୩ା୫(ଅଜିତ୍ କୁମାର ମହାନ୍ତି): ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ବିବାଦୀୟ ହୋଇଥିବା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ସେଠାରେ ଏକ ବଙ୍ଗଳା ଟିଭି ଚ୍ୟାନେଲକୁ ସାକ୍ଷାତ୍କାର ଦେଇ କହିଥିଲେ, ପୁରୀ ମନ୍ଦିର ଦାରୁ ବିଗ୍ରହଙ୍କ ନବକଳେବର ସମୟରେ ବଳିଯାଇଥିବା କାଠରେ ଦୀଘା ମନ୍ଦିର ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି। ତେବେ ସେ ପୁରୀରେ ପହଞ୍ଚତ୍ିବା ପରେ ସ୍ବର ବଦଳାଇ ଏହାକୁ ଖଣ୍ଡନ କରିଛନ୍ତି। ଶୁକ୍ରବାର ସେ ଏକ […] The post ପୁରୀ ଆସି କଥା ବଦଳାଇଲେ ରାମକୃଷ୍ଣ appeared first on Dharitri Odia News.
ପୁରୀ୩ା୫(ଅଜିତ୍ କୁମାର ମହାନ୍ତି): ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ବିବାଦୀୟ ହୋଇଥିବା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ସେଠାରେ ଏକ ବଙ୍ଗଳା ଟିଭି ଚ୍ୟାନେଲକୁ ସାକ୍ଷାତ୍କାର ଦେଇ କହିଥିଲେ, ପୁରୀ ମନ୍ଦିର ଦାରୁ ବିଗ୍ରହଙ୍କ ନବକଳେବର ସମୟରେ ବଳିଯାଇଥିବା କାଠରେ ଦୀଘା ମନ୍ଦିର ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି। ତେବେ ସେ ପୁରୀରେ ପହଞ୍ଚତ୍ିବା ପରେ ସ୍ବର ବଦଳାଇ ଏହାକୁ ଖଣ୍ଡନ କରିଛନ୍ତି। ଶୁକ୍ରବାର ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟନ ଉତ୍ସବରେ ଯୋଗଦେବାକୁ ଯାଇଥିଲି। ତେବେ କେତେକ ଗଣମାଧ୍ୟମରେ ଏନେଇ କିଛି ଭ୍ରମାତ୍ମକ ତଥ୍ୟ ଉପସ୍ଥପାନ କରାଯାଉଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବିଶ୍ୱର ଠାକୁର। ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଉଛି, ସେଠାକୁ ବିଭିନ୍ନ ସେବାୟତ, ଗଜପତି, ଶଙ୍କରାଚାର୍ଯ୍ୟ, ଦଇତାପତିମାନେ ଯାଉଛନ୍ତି। ସେହିପରି ବ୍ରାହ୍ମଣ ଓ ପୁରୋହିତମାନଙ୍କୁ ନିମନ୍ତ୍ରଣ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋର ଶିଷ୍ୟା। ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମୋତେ ନିମନ୍ତ୍ରଣ କରାଯାଇବାରୁ ମୁଁ ଯୋଗଦେଇଥିଲି। ଗତ ମାସ ୨୩ ତାରିଖରେ ଯଜ୍ଞ ଆରମ୍ଭ ହୋଇ ୨୯ରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ୩୦ରେ ସିଂହାସନରେ ଠାକୁରଙ୍କୁ ପ୍ରତିଷ୍ଠା କରାଯାଇଥିଲା। ଲିମ୍ବକାଠରେ ମୂର୍ତ୍ତି ନିର୍ମିତ ହୋଇଛି। ପୂର୍ବରୁ ପଥରରେ ମୂର୍ତ୍ତି ଥିଲା, କିନ୍ତୁ ତାହା ପୂଜା ହେଉ ନ ଥିଲା। ସେଠାରେ ପଥର ମୂର୍ତ୍ତିି ସ୍ଥାପନ କରାଯାଇଥିବାବେଳେ ଏହାକୁ ମୁଁ ବିରୋଧ କରିଥିଲି। ତେଣୁ ପୁରୀରୁ ନିମ୍ବକାଠରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହିତ ମାଧବଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ନିଆଯାଇଥିଲା। ଉଚ୍ଚତା ଅଢେଇରୁ ୩ ଫୁଟ। ଏହି ମୂର୍ତ୍ତିକୁ ଆମେ ନେଇ ଦୀଘା ଜଗନ୍ନାଥ ମନ୍ଦିରରେ ଅକ୍ଷୟତୃତୀୟା ଦିନ ପ୍ରତିଷ୍ଠା କରିଥିଲୁ। ତେବେ ନବକଳେବର ସମୟରେ ମହାପ୍ରଭୁଙ୍କ ଦାରୁର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିବା ଯାହା କୁହାଯାଉଛି, ତାହା ଠିକ୍ ନୁହେଁ। ବ୍ରହ୍ମ ଗୋଟିଏ ସ୍ଥାନରେ ତାହା କେବଳ ପୁରୀ ଧାମରେ ହୋଇପାରିବ। ଜଗନ୍ନାଥ ଧାମ ହେଉଛି ଶ୍ରୀକ୍ଷେତ୍ର। ଦୀଘାରେ ଜଗନ୍ନାଥ ଧାମ ଲେଖାଯିବା ଉଚିତ୍ ନୁହେଁ। ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଏନେଇ ମୁଁ ଅବଗତ କରାଇବି ବୋଲି ରାମକୃଷ୍ଣ ପ୍ରକାଶ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ପାଇଁ ପଦକ୍ଷେପ ନିଅନ୍ତୁ। ବ୍ରହ୍ମ ସ୍ଥାପନ କଥା ମୁଁ ଆଦୌ କହିନାହିଁ ବୋଲି ରାମକୃଷ୍ଣ ସ୍ପଷ୍ଟ କରିଛନ୍ତି। କୌଣସି ଗଣମାଧ୍ୟମରେ ଏନେଇ ମୁଁ ପ୍ରତିକ୍ରିୟା ରଖିନାହିଁ। ସେହିପରି ବିଭିନ୍ନ ନିଯୋଗ ପକ୍ଷରୁ ଉକ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ନ ଦେବା ନେଇ ଜାରି ନିର୍ଦ୍ଦେଶନାମା ସମ୍ପର୍କରେ ସେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟ । ସେ ଅନ୍ୟ କେଉଁ ସେବାୟତଙ୍କ କାର୍ଯ୍ୟ କରିନାହାନ୍ତି। ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଉଚିତ ନୁହେଁ। ଯଦି ମହାପ୍ରଭୁଙ୍କୁ ନେଇ କିଏ ରାଜନୀତି କରିବ ତେବେ ତାଙ୍କୁ ମହାପ୍ରଭୁ କ୍ଷମା ଦେବେ ନାହିଁ। ଦୀଘା ଜଗନ୍ନାଥ ମନ୍ଦିରରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବ୍ରାହ୍ଣଣ ପୂଜାର୍ଚ୍ଚନା କରୁଛନ୍ତି। ଅଦିନିଆ ରଥଯାତ୍ରାକୁ କେବେ ବି ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ରାମକୃଷ୍ଣ କହିଛନ୍ତି।
The post ପୁରୀ ଆସି କଥା ବଦଳାଇଲେ ରାମକୃଷ୍ଣ appeared first on Dharitri Odia News.