ପୁରୀ ଗଜପତିଙ୍କ ପୁଷ୍ୟାଭିଷେକ : ସ୍ୱତନ୍ତ୍ର ଉତ୍ସବରେ ସିଂହାସନ ଆରୋହଣ କଲେ ଗଜପତି ଦିବ୍ୟସିଂହ ଦେବ

କନକବ୍ୟୁରୋ : ଶ୍ରୀନହରରେ ହେଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ।  ସିଂହାସନ ଆରୋହଣ କରିବା ସହ ଗଜପତିଙ୍କୁ ଅଭିଷିକ୍ତ କରାଯାଇଛି । ଏଥିପାଇଁ ଶ୍ରୀନହରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା  । ଷୋଳ ଶାସନର ବ୍ରାହ୍ମଣ ପୁରୋହିତ ମାନେ ଏକତ୍ରିତ ହୋଇ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିଛନ୍ତି  ।  ସୋମବାର ଦିନ ଶ୍ରୀମନ୍ଦିରରେ ପୌଷପୁର୍ଣ୍ଣିମା  ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ଶ୍ରୀନହରରେ ମଧ୍ୟ ଗଜପତିଙ୍କର ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଛି  ।  ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ପୁରୀ ଗଜପତି ମହାରାଜାଙ୍କ ରାଜ୍ୟାଭିଷେକ ଉତ୍ସବ ପାଳନ କରାଯାଇଛି । ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନହରରେ ପାରମ୍ପରିକ ପୋଷାକରେ ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ, ଅଭିସିକ୍ତ ଜଳ ସିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା  । ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରେ ପାରମ୍ପାରିକ ଗଜପତି ପୋଷାକରେ ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ, ଅଭିଷିକ୍ତ ଜଳ ସିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା  ।  ଅଭିଷେକ ମହୋତ୍ସବ ପରେ ଶୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଗଜପତିଙ୍କୁ ପଇତା ଦାନ କରି ଆଶୀର୍ବାଦ ପ୍ରଦାନ କରିଥିଲେ  ।  ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣ

ପୁରୀ ଗଜପତିଙ୍କ ପୁଷ୍ୟାଭିଷେକ : ସ୍ୱତନ୍ତ୍ର ଉତ୍ସବରେ ସିଂହାସନ ଆରୋହଣ କଲେ ଗଜପତି ଦିବ୍ୟସିଂହ ଦେବ

କନକବ୍ୟୁରୋ : ଶ୍ରୀନହରରେ ହେଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ।  ସିଂହାସନ ଆରୋହଣ କରିବା ସହ ଗଜପତିଙ୍କୁ ଅଭିଷିକ୍ତ କରାଯାଇଛି । ଏଥିପାଇଁ ଶ୍ରୀନହରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା  । ଷୋଳ ଶାସନର ବ୍ରାହ୍ମଣ ପୁରୋହିତ ମାନେ ଏକତ୍ରିତ ହୋଇ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିଛନ୍ତି  ।  ସୋମବାର ଦିନ ଶ୍ରୀମନ୍ଦିରରେ ପୌଷପୁର୍ଣ୍ଣିମା  ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ଶ୍ରୀନହରରେ ମଧ୍ୟ ଗଜପତିଙ୍କର ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଛି  । 

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ପୁରୀ ଗଜପତି ମହାରାଜାଙ୍କ ରାଜ୍ୟାଭିଷେକ ଉତ୍ସବ ପାଳନ କରାଯାଇଛି । ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନହରରେ ପାରମ୍ପରିକ ପୋଷାକରେ ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ, ଅଭିସିକ୍ତ ଜଳ ସିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା  ।

ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରେ ପାରମ୍ପାରିକ ଗଜପତି ପୋଷାକରେ ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ, ଅଭିଷିକ୍ତ ଜଳ ସିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା  ।  ଅଭିଷେକ ମହୋତ୍ସବ ପରେ ଶୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଗଜପତିଙ୍କୁ ପଇତା ଦାନ କରି ଆଶୀର୍ବାଦ ପ୍ରଦାନ କରିଥିଲେ  ।  ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣ ମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଏହି ଉତ୍ସବରେ ଗଜପତି ମହାରାଜାଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥିଲେ । ପରେ ପରମ୍ପରା ଅନୁଯାଇ ଗଜପତିଙ୍କୁ ବ୍ରାହ୍ମଣ ମାନେ ବସ୍ତ୍ର, ଫଳ ଆଦି ପ୍ରଦାନ କରିଥିଲେ