ପୁରୀ ବଡ଼ଦାଣ୍ଡ ନିକଟରେ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ: ପୌରସଂସ୍ଥାକୁ ଦାୟୀ କଲେ ପରିବାର

କନକ ବ୍ୟୁରୋ: ମୁକୁଳା ଡ୍ରେନରେ ପଡ଼ି ଯୁବକ ମୃତ । ପୁରୀ ବଡ଼ଦାଣ୍ଡ ନିକଟରେ ଏପରି ହୃଦୟ ବିଦାରକ ଘଟଣା ଘଟିଛି । ପୌରସଂସ୍ଥାର ଅବହେଳା ଯୋଗୁ ମୁକୁଳା ଡ୍ରେନ ଉପରେ ସ୍ଲାବ୍ ପଡ଼ିନାହିଁ। ଏଥିପାଇଁ ପୌରସଂସ୍ଥାକୁ ଦାୟୀ କରାଯାଉଛି । ଜିଲ୍ଲାପାଳ କହିଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ଓ ସବୁ ମୁକୁଳା ଡ୍ରେନ୍ ଉପରେ ଶୀଘ୍ର ସ୍ଲାବ୍ ପକାଯିବ । ପୁରୀ ଗଜପତି ନଗରରେ ଅଭାବନୀୟ ଘଟଣା। ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ଗଜପତି ନଗରର ପ୍ରଦୀପ୍ତ ଚୌଧୁରୀ । ସେ ବଡ଼ଦାଣ୍ଡ ନିକଟ ଗଜପତି ନଗରର ଏକ ଡ୍ରେନରେ ଖସି ପଡ଼ିଥିଲେ। ଡ୍ରେନରେ ଅଧିକ ପଙ୍କ ଥିବାରୁ ଉଠିପାରି ନଥିଲେ ପ୍ରଦୀପ୍ତ । କୁମ୍ଭାରପଡ଼ା ପୁଲିସ ଓ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ହସପିଟାଲକୁ ନେଇଥିଲେ । ପ୍ରଦୀପ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।  କେବଳ ଗଜପତି ନଗର ଡ୍ରେନ ନୁହେଁ, ପୁରୀ ସହରର ବିଭିନ୍ନ ଡ୍ରେନ ମୁକୁଳା ପଡ଼ିଛି। ଏଥିରେ ମଣିଷ ସହିତ ଗାଈଗୋରୁ ପଡ଼ି ପ୍ରାଣ ହରାଉଛନ୍ତି। ପୁରୀ ଜିଲ୍ଲାପାଳ କହିଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ। ପୌରସଂସ୍ଥା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତ ମୁକୁଳା ଡ୍ରେନରେ ସ୍ଲାବ୍ ପଡ଼ିବ। ଏଥିପାଇଁ ଆସନ୍ତା 30 ତାରିଖ ସୁଦ୍ଧା ଟେଣ୍ଡର ସରିବ ବୋଲି ଜିଲ୍ଲାପାଳ କହିଛନ୍ତି ।  ପୁରୀକୁ ବିଶ୍ବସ୍ତରୀୟ ସହର କରିବା ପାଇଁ ସରକାର ଯୋ

ପୁରୀ ବଡ଼ଦାଣ୍ଡ ନିକଟରେ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ: ପୌରସଂସ୍ଥାକୁ ଦାୟୀ କଲେ ପରିବାର

କନକ ବ୍ୟୁରୋ: ମୁକୁଳା ଡ୍ରେନରେ ପଡ଼ି ଯୁବକ ମୃତ । ପୁରୀ ବଡ଼ଦାଣ୍ଡ ନିକଟରେ ଏପରି ହୃଦୟ ବିଦାରକ ଘଟଣା ଘଟିଛି । ପୌରସଂସ୍ଥାର ଅବହେଳା ଯୋଗୁ ମୁକୁଳା ଡ୍ରେନ ଉପରେ ସ୍ଲାବ୍ ପଡ଼ିନାହିଁ। ଏଥିପାଇଁ ପୌରସଂସ୍ଥାକୁ ଦାୟୀ କରାଯାଉଛି । ଜିଲ୍ଲାପାଳ କହିଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ଓ ସବୁ ମୁକୁଳା ଡ୍ରେନ୍ ଉପରେ ଶୀଘ୍ର ସ୍ଲାବ୍ ପକାଯିବ ।

ପୁରୀ ଗଜପତି ନଗରରେ ଅଭାବନୀୟ ଘଟଣା। ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ଗଜପତି ନଗରର ପ୍ରଦୀପ୍ତ ଚୌଧୁରୀ । ସେ ବଡ଼ଦାଣ୍ଡ ନିକଟ ଗଜପତି ନଗରର ଏକ ଡ୍ରେନରେ ଖସି ପଡ଼ିଥିଲେ। ଡ୍ରେନରେ ଅଧିକ ପଙ୍କ ଥିବାରୁ ଉଠିପାରି ନଥିଲେ ପ୍ରଦୀପ୍ତ । କୁମ୍ଭାରପଡ଼ା ପୁଲିସ ଓ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ହସପିଟାଲକୁ ନେଇଥିଲେ । ପ୍ରଦୀପ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । 

କେବଳ ଗଜପତି ନଗର ଡ୍ରେନ ନୁହେଁ, ପୁରୀ ସହରର ବିଭିନ୍ନ ଡ୍ରେନ ମୁକୁଳା ପଡ଼ିଛି। ଏଥିରେ ମଣିଷ ସହିତ ଗାଈଗୋରୁ ପଡ଼ି ପ୍ରାଣ ହରାଉଛନ୍ତି। ପୁରୀ ଜିଲ୍ଲାପାଳ କହିଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ। ପୌରସଂସ୍ଥା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତ ମୁକୁଳା ଡ୍ରେନରେ ସ୍ଲାବ୍ ପଡ଼ିବ। ଏଥିପାଇଁ ଆସନ୍ତା 30 ତାରିଖ ସୁଦ୍ଧା ଟେଣ୍ଡର ସରିବ ବୋଲି ଜିଲ୍ଲାପାଳ କହିଛନ୍ତି । 

ପୁରୀକୁ ବିଶ୍ବସ୍ତରୀୟ ସହର କରିବା ପାଇଁ ସରକାର ଯୋଜନା କରିଛନ୍ତି। କାମ ଚାଲିଛି। କିନ୍ତୁ ମୁକୁଳା ପଡ଼ିଛି ଡ୍ରେନ୍। ସେଥିରେ ପଡ଼ି ଅନେକ ଜୀବନହାନି ଘଟଣା, ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠୁଛି।