ପୁରୀ ବାଣ ବିସ୍ଫୋରଣ: ଆଖି ବୁଜିଲେ ଆଉ ୨ ଗୁରୁତର, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
ପୁରୀ ୨/୬: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ପ୍ରତିଦିନ ଆସୁଛି ମୃତ୍ୟୁ ଖବର । ରବିବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଗୁରୁତର ଆଖିବୁଜିଛନ୍ତି । ବିସ୍ଫୋରଣରେ ମୋଟ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏବେବି ୧୯ ଜଣ ଗୁରୁତର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ପ୍ରେସ୍ ରିଲିଜରେ ସୂଚନା ଦେଇଛନ୍ତି ଏସଆରସି ।ବୁଧବାର ରାତିରେ ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରାରେ ବାଣ ବିସ୍ପୋରଣ ଅନେକଙ୍କ ଜୀବନ ନେଇଯାଇଛି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକଂପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରା ଘଟଣାର ତଦନ୍ତ କରୁଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ବତନ୍ତ୍ର ରିଲିଫ କମିଶନର ।
ପୁରୀ ୨/୬: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ପ୍ରତିଦିନ ଆସୁଛି ମୃତ୍ୟୁ ଖବର । ରବିବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଗୁରୁତର ଆଖିବୁଜିଛନ୍ତି । ବିସ୍ଫୋରଣରେ ମୋଟ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏବେବି ୧୯ ଜଣ ଗୁରୁତର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ପ୍ରେସ୍ ରିଲିଜରେ ସୂଚନା ଦେଇଛନ୍ତି ଏସଆରସି ।
ବୁଧବାର ରାତିରେ ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରାରେ ବାଣ ବିସ୍ପୋରଣ ଅନେକଙ୍କ ଜୀବନ ନେଇଯାଇଛି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକଂପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରା ଘଟଣାର ତଦନ୍ତ କରୁଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ବତନ୍ତ୍ର ରିଲିଫ କମିଶନର ।