ପୁରୀ ବାଣ ବିସ୍ଫୋରଣ ଘଟଣା : ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଏବେବି ୧୭ ଗୁରୁତର ଚିକିତ୍ସାଧୀନ

ଭୁବନେଶ୍ବର ୨।୬: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ପ୍ରତିଦିନ ଆସୁଛି ମୃତ୍ୟୁ ଖବର । ରବିବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଗୁରୁତର ଆଖି ବୁଜିଛନ୍ତି । ବିସ୍ଫୋରଣରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏବେବି ୧୭ ଜଣ ଗୁରୁତର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ପ୍ରେସ୍‌ ରିଲିଜରେ ଏସଆରସି ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରାରେ ବାଣ ବିସ୍ଫୋରଣ ଘଟଣା ଅନେକଙ୍କ ଜୀବନ ନେଇଯାଇଛି । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରା ଘଟଣାର ତଦନ୍ତ କରୁଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ବତନ୍ତ୍ର ରିଲିଫ କମିଶନର । You Can Read :ଭଦ୍ରକରେ ଗଣତି ପାଇଁ ପ୍ରସ୍ତୁତି, ୨୪ ଘଣ୍ଟିଆ ସିସିଟିଭି ସହ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଇଭିଏମ୍ 

ପୁରୀ ବାଣ ବିସ୍ଫୋରଣ ଘଟଣା : ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଏବେବି ୧୭ ଗୁରୁତର ଚିକିତ୍ସାଧୀନ

ଭୁବନେଶ୍ବର ୨।୬: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ପ୍ରତିଦିନ ଆସୁଛି ମୃତ୍ୟୁ ଖବର । ରବିବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଗୁରୁତର ଆଖି ବୁଜିଛନ୍ତି । ବିସ୍ଫୋରଣରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏବେବି ୧୭ ଜଣ ଗୁରୁତର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ପ୍ରେସ୍‌ ରିଲିଜରେ ଏସଆରସି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରାରେ ବାଣ ବିସ୍ଫୋରଣ ଘଟଣା ଅନେକଙ୍କ ଜୀବନ ନେଇଯାଇଛି । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରା ଘଟଣାର ତଦନ୍ତ କରୁଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ବତନ୍ତ୍ର ରିଲିଫ କମିଶନର । 

You Can Read :

ଭଦ୍ରକରେ ଗଣତି ପାଇଁ ପ୍ରସ୍ତୁତି, ୨୪ ଘଣ୍ଟିଆ ସିସିଟିଭି ସହ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଇଭିଏମ୍