ପୁରୀ ବେଳାଭୂମି ନିକଟରୁ ମିଳିଲା ନରକଙ୍କାଳ, ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ

ପୁରୀ: ପୁରୀ ବେଳାଭୂମି ନିକଟରୁ ଉଦ୍ଧାର ହେଲା ନରକଙ୍କାଳ। ବଳିଆ ପଣ୍ଡା ଥାନା ଅନ୍ତର୍ଗତ ଷ୍ଟଲିଙ୍ଗ ହୋଟେଲ ଛକ ନିକଟରୁ ଏହି ମଣିଷ ଖପୁରୀ ଓ ଶରୀରର କିଛି ଅଂଶ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଥିଲା ଏହି ଘଟଣା। ତେବେ ଖବର ପାଇ ବଳିଆ ପଣ୍ଡା ଥାନା ପୋଲିସ ପହଞ୍ଚି ନରକଙ୍କାଳ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଖପୁରୀର ଅଂଶବିଶେଷ କୁ ପୋଲିସ ଜବତ କରି ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ଏଫ୍ ଏମ୍ ଡି ଡିପାର୍ଟମେଣ୍ଟକୁ ପଠାଇଛି। ରିପୋର୍ଟ ଆଧାରରେ ତଦନ୍ତ କରାଯିବା ପରେ ସମ୍ପୂର୍ଣ୍ଣ ଘଟଣାର ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ତେବେ ଏହା ଏକ ପୁରୁଷ ବ୍ୟକ୍ତିଙ୍କ ଖପୁରୀ ଏବଂ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ସେପଟେ ଗତ ୧୪ ତାରିଖରେ ବାଲେଶ୍ବର ଜିଲ୍ଳା ସୋର ଥାନା ଅଞ୍ଚଳର ପ୍ରହଲ୍ଲାଦ ଦାସ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ଏବଂ ତାଙ୍କର କ୍ଷତ ବିକ୍ଷତ ମୃତଦେହକୁ ପୁରୀ ସମୁଦ୍ର କୂଳରୁ ଉଦ୍ଧାର କରାଯାଇଛି। ମାମଲାର ତଦନ୍ତ ଚଲିଥିଲେବି ଅଭିଯୁକ୍ତମାନଙ୍କୁ କିନ୍ତୁ ଧରିବାରେ ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ ପୋଲିସ। 

ପୁରୀ ବେଳାଭୂମି ନିକଟରୁ ମିଳିଲା ନରକଙ୍କାଳ, ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ

ପୁରୀ: ପୁରୀ ବେଳାଭୂମି ନିକଟରୁ ଉଦ୍ଧାର ହେଲା ନରକଙ୍କାଳ। ବଳିଆ ପଣ୍ଡା ଥାନା ଅନ୍ତର୍ଗତ ଷ୍ଟଲିଙ୍ଗ ହୋଟେଲ ଛକ ନିକଟରୁ ଏହି ମଣିଷ ଖପୁରୀ ଓ ଶରୀରର କିଛି ଅଂଶ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଥିଲା ଏହି ଘଟଣା। 

ତେବେ ଖବର ପାଇ ବଳିଆ ପଣ୍ଡା ଥାନା ପୋଲିସ ପହଞ୍ଚି ନରକଙ୍କାଳ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଖପୁରୀର ଅଂଶବିଶେଷ କୁ ପୋଲିସ ଜବତ କରି ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ଏଫ୍ ଏମ୍ ଡି ଡିପାର୍ଟମେଣ୍ଟକୁ ପଠାଇଛି। ରିପୋର୍ଟ ଆଧାରରେ ତଦନ୍ତ କରାଯିବା ପରେ ସମ୍ପୂର୍ଣ୍ଣ ଘଟଣାର ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ତେବେ ଏହା ଏକ ପୁରୁଷ ବ୍ୟକ୍ତିଙ୍କ ଖପୁରୀ ଏବଂ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ସେପଟେ ଗତ ୧୪ ତାରିଖରେ ବାଲେଶ୍ବର ଜିଲ୍ଳା ସୋର ଥାନା ଅଞ୍ଚଳର ପ୍ରହଲ୍ଲାଦ ଦାସ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ଏବଂ ତାଙ୍କର କ୍ଷତ ବିକ୍ଷତ ମୃତଦେହକୁ ପୁରୀ ସମୁଦ୍ର କୂଳରୁ ଉଦ୍ଧାର କରାଯାଇଛି। ମାମଲାର ତଦନ୍ତ ଚଲିଥିଲେବି ଅଭିଯୁକ୍ତମାନଙ୍କୁ କିନ୍ତୁ ଧରିବାରେ ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ ପୋଲିସ।