ପୁରୀ ବେଳାଭୂମିରେ ଆଜି ନୌସେନାର ଶେଷ ଅଭ୍ୟାସ । ଗର୍ଜନ କରିବ ଲଢ଼ୁଆ ବିମାନ ‘ହକ୍‌ ଜେଟ୍‌’ ।

କନକ ବ୍ୟୁରୋ: ପୁରୀ ବେଳାଭୂମିରେ ଆଜି ନୌସେନାର ଶେଷ ଅଭ୍ୟାସ । ୪ରେ ପରାକ୍ରମ ପ୍ରଦର୍ଶନ କରିବ ଭାରତୀୟ ନୌସେନା । ସେନା ବାହିନୀର ଦକ୍ଷତା ଓ ପରାକ୍ରମୀ ରଣ କୌଶଳର ଏହି ପ୍ରଦର୍ଶନୀରେ କମାଣ୍ଡୋମାନେ ଦକ୍ଷତା ପ୍ରଦର୍ଶନ କରି ଯୁଦ୍ଧ ପାଇଁ କେତେ ଜାଗତିଆର ତାହା ସୂଚାଇ ଦେଉଛନ୍ତି । ଆକାଶର ବୁକୁ ଚିରି ଗର୍ଜନ କରିବ ଲଢ଼ୁଆ ବିମାନ ‘ହକ୍‌ ଜେଟ୍‌’। ପାଣି ଜାହାଜ ଡେଷ୍ଟ୍ରୟର ସାହ୍ୟାଦ୍ରି ଉପରେ ହେଲିକପ୍ଟର ଅବତରଣ ଦୃଶ୍ୟ ହେଉ ଅବା ସମୁଦ୍ରରୁ ରଶି ସାହାଯ୍ୟରେ ଉଦ୍ଧାରର ଦୃଶ୍ୟ । ତ୍ରିରାଙ୍ଗା ସଦୃଶ ପାରାଚ୍ୟୁଟରେ ଆକାଶମାର୍ଗରୁ କମାଣ୍ଡୋଙ୍କ ଅବତରଣ ହେଉ ଅବା ଆଇଏନଏସ ସଲ୍‌କି ବୁଡ଼ାଜାହାଜରୁ ଶତ୍ରୁ ଉପରେ ଆକ୍ରମଣର କୌଶଳ ରହୁଛି ଅନନ୍ୟ ଓ ଅଦ୍ଭୁତ । ତେବେ ଆସନ୍ତା ୪ ତାରିଖରେ ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ପ୍ରଦର୍ଶନୀ ଏଥିରେ ଦେଖିବାକୁ ମିଳୁଛି ।  ଏୟାରକ୍ରାଫ୍ଟ ଓ ମେରାଇନ କମାଣ୍ଡୋଙ୍କ ପରାକ୍ରମୀ ଦକ୍ଷତା ଦେଖିବାକୁ ପ୍ରତିଦିନ ଲୋକଙ୍କ ଭିଡ଼ ଜମୁଛି ।