ପୁରୀ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ଛାତ, ଏକାଧିକ ଶ୍ରମିକ ଗୁରୁତର
ପୁରୀ ୨୮।୦୪ : ପୁରୀ ରେଳ ଷ୍ଟେସନରେ ବଡ଼ଧରଣର ଅଘଟଣ । ରେଳ ଷ୍ଟେସନରେ ନିର୍ମାଣାଧୀନ କୋଠା ଭୁଶୁଡିଛି । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟ ଶ୍ରମିକଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ, ରବିବାର ଦିନ ପୁରୀ ରେଳ ଷ୍ଟେଟସରେ ଘଟିଛି ବଡ଼ଧରଣର ଅଘଟଣ । ରେଳ ଷ୍ଟେସନରେ ଚାଲିଥିବା ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ଭୁଶୁଡିଛି । ଯାହାଫଳରେ କି ସେହି ସମୟରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏହି ଅଘଟଣ ପରେ ତୁରନ୍ତ ଉଦ୍ଧାର କାରୀ ଦଳକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ , ଜିଆର୍ପି ଏବଂ ଆରପିଏଫ୍ ବାହିନୀ ମୁତୟନ ରହିଛନ୍ତି । ଏବେ କିଛି ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି ।
ପୁରୀ ୨୮।୦୪ : ପୁରୀ ରେଳ ଷ୍ଟେସନରେ ବଡ଼ଧରଣର ଅଘଟଣ । ରେଳ ଷ୍ଟେସନରେ ନିର୍ମାଣାଧୀନ କୋଠା ଭୁଶୁଡିଛି । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟ ଶ୍ରମିକଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଖବର ଅନୁଯାୟୀ, ରବିବାର ଦିନ ପୁରୀ ରେଳ ଷ୍ଟେଟସରେ ଘଟିଛି ବଡ଼ଧରଣର ଅଘଟଣ । ରେଳ ଷ୍ଟେସନରେ ଚାଲିଥିବା ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ଭୁଶୁଡିଛି । ଯାହାଫଳରେ କି ସେହି ସମୟରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏହି ଅଘଟଣ ପରେ ତୁରନ୍ତ ଉଦ୍ଧାର କାରୀ ଦଳକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ , ଜିଆର୍ପି ଏବଂ ଆରପିଏଫ୍ ବାହିନୀ ମୁତୟନ ରହିଛନ୍ତି । ଏବେ କିଛି ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି ।