ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ପ୍ରଚାର କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର ୨୧।୫: ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅରୂପ ପଟ୍ଟନାୟକଙ୍କ ସପକ୍ଷରେ ଭୋଟ୍ ଦେବାକୁ ଅପିଲ୍ କଲେ । ନବୀନ କହିଛନ୍ତି ଯେ, ଅରୂପ ପଟ୍ଟନାୟକ ଜଣେ ସମାଜସେବୀ ଏବଂ ଭଲ ମଣିଷ । ସେ ନିଜ ବଳରେ ବହୁତ କ୍ୟାନ୍‌ସର ରୋଗୀଙ୍କ ସେବା କରିଛନ୍ତି । ଆଜି ସେ ନିଜ ଜନ୍ମସ୍ଥାନ ପୁରୀକୁ ଲୋକଙ୍କ ସେବା କରିବାକୁ ଆସିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ପୁରୀରେ ମେଟ୍ରୋ, ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଭଳି ଆହୁରି ବି ବଡ ପ୍ରୋଜେକ୍ଟ ଆଣି  ପୁରୀକୁ ବିଶ୍ବସ୍ତରୀୟ ହେରିଟେଜ୍ ସିଟି କରିବାର ଲକ୍ଷ୍ୟ ପୂରଣ କରିବା ପାଇଁ ଦିନରାତି କାମ କରିବେ । ଆମ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର ଭାବେ ଗଢିବାରେ ମୋତେ ସହଯୋଗ କରିବେ । ତେଣୁ ଅରୂପ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି । You Can Read :ଗଞ୍ଜାମରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ CCTV

ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ପ୍ରଚାର କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର ୨୧।୫: ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅରୂପ ପଟ୍ଟନାୟକଙ୍କ ସପକ୍ଷରେ ଭୋଟ୍ ଦେବାକୁ ଅପିଲ୍ କଲେ । 

ନବୀନ କହିଛନ୍ତି ଯେ, ଅରୂପ ପଟ୍ଟନାୟକ ଜଣେ ସମାଜସେବୀ ଏବଂ ଭଲ ମଣିଷ । ସେ ନିଜ ବଳରେ ବହୁତ କ୍ୟାନ୍‌ସର ରୋଗୀଙ୍କ ସେବା କରିଛନ୍ତି । ଆଜି ସେ ନିଜ ଜନ୍ମସ୍ଥାନ ପୁରୀକୁ ଲୋକଙ୍କ ସେବା କରିବାକୁ ଆସିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ପୁରୀରେ ମେଟ୍ରୋ, ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଭଳି ଆହୁରି ବି ବଡ ପ୍ରୋଜେକ୍ଟ ଆଣି  ପୁରୀକୁ ବିଶ୍ବସ୍ତରୀୟ ହେରିଟେଜ୍ ସିଟି କରିବାର ଲକ୍ଷ୍ୟ ପୂରଣ କରିବା ପାଇଁ ଦିନରାତି କାମ କରିବେ । ଆମ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର ଭାବେ ଗଢିବାରେ ମୋତେ ସହଯୋଗ କରିବେ । ତେଣୁ ଅରୂପ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି । 


You Can Read :

ଗଞ୍ଜାମରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ CCTV