ପୁରୀ ସାଗରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ଦାନା’

ଭୁବନେଶ୍ୱର : ଆସିଲା ସମ୍ଭାବ୍ୟ ବାତ୍ୟା ଦାନାର ଗତିପଥ। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବ । ୨୪ ତାରିଖ ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅତିକ୍ରମ କରିବ । ବାତ୍ୟା ଦାନା ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ୨୪ତାରିଖ ମଧ୍ୟରାତ୍ରରୁ ୨୫ ତାରିଖ ସକାଳ ମଧ୍ୟରେ ଏହା ଭୀଷଣ ରୂପ […]

ପୁରୀ ସାଗରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ଦାନା’
ପୁରୀ ସାଗରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବା ବାତ୍ୟା 'ଦାନା'

ଭୁବନେଶ୍ୱର : ଆସିଲା ସମ୍ଭାବ୍ୟ ବାତ୍ୟା ଦାନାର ଗତିପଥ। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବ । ୨୪ ତାରିଖ ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅତିକ୍ରମ କରିବ । ବାତ୍ୟା ଦାନା ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ୨୪ତାରିଖ ମଧ୍ୟରାତ୍ରରୁ ୨୫ ତାରିଖ ସକାଳ ମଧ୍ୟରେ ଏହା ଭୀଷଣ ରୂପ ନେଇ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଲଘୁଚାପ ଅବପାତରେ ପରିଣତ ହେବା ପରେ ଏହାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଜଣାପଡ଼ିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ବାତ୍ୟା ଗତିପଥକୁ ନେଇ ଭିନ୍ନ ଭିନ୍ନ ମଡେଲରେ ଏଭଳି ଚିତ୍ର ବି ଦେଖିବାକୁ ମିଳୁଛି ବୋଲି ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି ।

ସେପଟେ ବାତ୍ୟା ‘ଦାନା’ ପାଇଁ ଆଲର୍ଟ ମୋଡ଼ରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ। ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ବାତ୍ୟା କେଉଁ ବାଟେ ଦେଇ ଯିବ, ବାତ୍ୟାର ଗତିପଥ ଉପରେ କଣ୍ଟ୍ରୋଲ ରୁମ୍ ତୀକ୍ଷଣ ନଜର ରଖିଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର କାର୍ଯ୍ୟ ଉପରେ ନଜର ରଖିଛି ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଥିବା କଣ୍ଟ୍ରୋଲ ରୁମ ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ, TPCODL ସିଇଓ ଉପସ୍ଥିତ ଥିଲେ । ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଉତ୍ତରଦାୟିତ୍ୱ ଓ ଆମର ସର୍ବୋଚ୍ଚ ପ୍ରାଥମିକତା । ବାତ୍ୟା ପାଇଁ ଭୟଭୀତ ନହୋଇ ସମସ୍ତେ ସଜାଗ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।