ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ
ଭୁବନେଶ୍ୱର : ଭିଡିଓ କନ୍ଫରେନ୍ସିଂରେ ମାଧ୍ୟମରେ ପୁରୀରେ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଆଜି ତାଙ୍କର ଓଡ଼ିଶା ଗସ୍ତରେ ଆସିବାର ଥିଲାବେଳେ କୌଣସି ବ୍ୟକ୍ତିଗତ କାରଣ ପାଇଁ ସେ ପୁରୀକୁ ଆସି ପାରିଲେ ନାହିଁ। ସୂଚନା ମୁତାବକ ,ନୀତିନ ଗଡ଼କରୀଙ୍କ ସ୍ଥାନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସମାପନ କରିବେ। ୬ ହଜାର ୬ଶହ କୋଟି ଟଙ୍କା ପୁଞ୍ଜିନିବେଶରେ ମୋଟ୍ ୨୮ଟି ଏନଏଚ୍ […]

ଭୁବନେଶ୍ୱର : ଭିଡିଓ କନ୍ଫରେନ୍ସିଂରେ ମାଧ୍ୟମରେ ପୁରୀରେ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଆଜି ତାଙ୍କର ଓଡ଼ିଶା ଗସ୍ତରେ ଆସିବାର ଥିଲାବେଳେ କୌଣସି ବ୍ୟକ୍ତିଗତ କାରଣ ପାଇଁ ସେ ପୁରୀକୁ ଆସି ପାରିଲେ ନାହିଁ।
ସୂଚନା ମୁତାବକ ,ନୀତିନ ଗଡ଼କରୀଙ୍କ ସ୍ଥାନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସମାପନ କରିବେ। ୬ ହଜାର ୬ଶହ କୋଟି ଟଙ୍କା ପୁଞ୍ଜିନିବେଶରେ ମୋଟ୍ ୨୮ଟି ଏନଏଚ୍ ପ୍ରକଳ୍ପର ଭୂମିପୂଜା ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଏନଏଚ୍-୧୬ର ଚଣ୍ଡିଖୋଲରୁ ଭଦ୍ରକ ଯାଏଁ ୬ ଲେନ୍ ରାସ୍ତା,ଏନ୍ଏଚ୍-୪୯ର ବାହାରଗୋଡା-ସଙ୍ଘରା ଯାଏଁ, ୪ ଲେନ୍ ଜାତୀୟ ରାଜପଥ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏହା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜା କରାଯାଇଛି ।