ପୁରୀ ସ୍ବର୍ଗଦ୍ବାର ନିକଟରୁ ନିଶାଗ୍ରସ୍ତ ଅବସ୍ଥାରେ ବିଦେଶୀ ନାଗରିକ ଉଦ୍ଧାର

ପୁରୀ ୩୦।୩: ନିଶାଗ୍ରସ୍ତ ଅବସ୍ଥାରେ ବିଦେଶୀ ନାଗରିକ ଉଦ୍ଧାର । ପୁରୀ ସମୁଦ୍ର କୂଳ ଥାନା ପୋଲିସ ନିଶାଗ୍ରସ୍ତ ଅବସ୍ଥାରେ ଥିବା ଜଣେ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ବିଦେଶୀ ନାଗରିକ ଜଣକ ହେଉଛନ୍ତି କ୍ରେଗ୍ ସେଲଡନ୍। ତେବେ ଏହି ବିଦେଶୀ ନାଗରିକ ଜଣକ ହେଉଛନ୍ତି ବ୍ରିଟିଶ୍ ନାଗରିକ । ଶନିବାର ସକାଳେ ବିଦେଶୀ ନାଗରିକ କ୍ରେଗ୍ ସେଲଡନ୍ ନିଶାଗ୍ରସ୍ତ ଅବସ୍ଥାରେ ସ୍ଵର୍ଗଦ୍ଵାର ନିକଟରେ ବସିଥିବା ବେଳେ ଏନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ସେଠାରେ ତାଙ୍କୁ ପଚରା ଉଚରା କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ମଧ୍ୟ ଥାନା ଅଧିକାରୀ ପଚାରି ବୁଝିଥିଲେ । ପୋଲିସର ସୂଚନା ଅନୁଯାୟୀ କ୍ରେଗ୍ ଥୋମାସ ଗତ କିଛି ଦିନ ତଳେ ପୁରୀ ଆସି ବଳିଆପଣ୍ଡା ସ୍ଥିତ ଏକ ଘରୋଇ ଆଶ୍ରମରେ ରହୁଥିଲେ । ତେବେ ଶନିବାର ସକାଳୁ ସେ ନିଶା ସେବନ କରି ସ୍ଵର୍ଗଦ୍ଵାର ନିକଟରେ ବସିଥିଲେ । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେବାପରେ ସମୁଦ୍ର କୂଳ ଥାନା ପୋଲିସ ସେଠାରେ ପହଞ୍ଚି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ବିଦେଶୀ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଆଶ୍ରମର ମୁଖ୍ୟ ତାଙ୍କୁ ଆଶ୍ରମକୁ ନେଇଥିବା ଜଣାପଡ଼ିଛି।You Can Read :ପୋଲିସ ହାତରେ ଧରାପଡିଲା ଟିଟିଲାଗଡ଼ ଜେଲ୍ରୁ ଫେରାର କଏଦୀ

ପୁରୀ ସ୍ବର୍ଗଦ୍ବାର ନିକଟରୁ ନିଶାଗ୍ରସ୍ତ ଅବସ୍ଥାରେ ବିଦେଶୀ ନାଗରିକ ଉଦ୍ଧାର

ପୁରୀ ୩୦।୩: ନିଶାଗ୍ରସ୍ତ ଅବସ୍ଥାରେ ବିଦେଶୀ ନାଗରିକ ଉଦ୍ଧାର । ପୁରୀ ସମୁଦ୍ର କୂଳ ଥାନା ପୋଲିସ ନିଶାଗ୍ରସ୍ତ ଅବସ୍ଥାରେ ଥିବା ଜଣେ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ବିଦେଶୀ ନାଗରିକ ଜଣକ ହେଉଛନ୍ତି କ୍ରେଗ୍ ସେଲଡନ୍। ତେବେ ଏହି ବିଦେଶୀ ନାଗରିକ ଜଣକ ହେଉଛନ୍ତି ବ୍ରିଟିଶ୍ ନାଗରିକ । 

ଶନିବାର ସକାଳେ ବିଦେଶୀ ନାଗରିକ କ୍ରେଗ୍ ସେଲଡନ୍ ନିଶାଗ୍ରସ୍ତ ଅବସ୍ଥାରେ ସ୍ଵର୍ଗଦ୍ଵାର ନିକଟରେ ବସିଥିବା ବେଳେ ଏନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ସେଠାରେ ତାଙ୍କୁ ପଚରା ଉଚରା କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ମଧ୍ୟ ଥାନା ଅଧିକାରୀ ପଚାରି ବୁଝିଥିଲେ । 

ପୋଲିସର ସୂଚନା ଅନୁଯାୟୀ କ୍ରେଗ୍ ଥୋମାସ ଗତ କିଛି ଦିନ ତଳେ ପୁରୀ ଆସି ବଳିଆପଣ୍ଡା ସ୍ଥିତ ଏକ ଘରୋଇ ଆଶ୍ରମରେ ରହୁଥିଲେ । ତେବେ ଶନିବାର ସକାଳୁ ସେ ନିଶା ସେବନ କରି ସ୍ଵର୍ଗଦ୍ଵାର ନିକଟରେ ବସିଥିଲେ । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେବାପରେ ସମୁଦ୍ର କୂଳ ଥାନା ପୋଲିସ ସେଠାରେ ପହଞ୍ଚି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ବିଦେଶୀ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଆଶ୍ରମର ମୁଖ୍ୟ ତାଙ୍କୁ ଆଶ୍ରମକୁ ନେଇଥିବା ଜଣାପଡ଼ିଛି।

You Can Read :

ପୋଲିସ ହାତରେ ଧରାପଡିଲା ଟିଟିଲାଗଡ଼ ଜେଲ୍ରୁ ଫେରାର କଏଦୀ, ଏବେବି ଆଉ ଜଣକର ମିଳିନି ପତ୍ତା