ପୁରୀରୁ ୫୫ ଲକ୍ଷର ବ୍ରାଉନସୁଗାର ଜବତ, ୪ ବେପାରୀଙ୍କୁ ବାନ୍ଧିଲା ପୋଲିସ

ପୁରୀ ୧୭/୨: ୪ ଚକିଆ ଗାଡିରେ ବସି ହାଇସ୍କୁଲ ନିକଟରେ ବିକ୍ରି କରୁଥିଲେ ଧଳା ଜହର । ଖବର ପାଇ ଅଚାନକ ରେଡ୍‌ କରିଥିଲା ପୋଲିସ । ପୁରୀ ଲୋକନାଥ ମନ୍ଦିର ନିକଟ ଗଦାଧର ହାଇସ୍କୁଲ ନିକଟରେ ବ୍ରାଉନସୁାଗର ବିକ୍ରି ଚାଲିଥିବାବେଳେ ୪ ଜଣ ଆନ୍ତଃଜିଲ୍ଲା ବେପାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୫୮୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ବଜାର ମୂଲ୍ୟ ୫୫ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଏଥିସହ ବେପାରୀଙ୍କ ଠାରୁ ନଗଦ ୭ ଲକ୍ଷ ୩୨ ହଜାର ଟଙ୍କା,ଗୋଟିଏ ଦେଶୀ ବନ୍ଧୁକ, ୪ଟି ଗୁଳି,୯ଟି ଫୋନ୍‌,ଗୋଟିଏ ୪ ଚକିଆ ଯାନ,ବାଇକ ଓ ବୁଲେଟ୍‌ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ କଣାସ ଥାନା କେଶରପୁର ଗାଁର ସୁମନ୍ତ ସୁନ୍ଦରା, ଜଳେଶ୍ବର ରାଜପୁର ଗାଁର ଏସ୍.କେ ସୁବେଦ, ଜଟଣୀର ଏସ୍.କେ ଇମତିଆଜ୍ ଓ ସତ୍ୟଜିତ ଦାସ।  ପୁରୀ ଏସ୍‌ପିଙ୍କ କହିବା ମୁତାବକ ରବିବାର  ସନ୍ଧ୍ୟା ସମୟରେ ୪ ଅଭିଯୁକ୍ତ ଏକ ଚାରିଚକିଆ ଗାଡିରେ ବସି ଗଦାଧର ହାଇସ୍କୁଲ ନିକଟରେ ବ୍ରାଉନ ସୁଗାର ବିକ୍ରି କରୁଥିଲେ। ବିଶେଷ ସୂତ୍ରରୁ ଖବର‌ ପାଇ ଟାଉନ ଥାନା ପୋଲିସ ଗଦାଧର ହାଇସ୍କୁଲ ନିକଟ ପାର୍କିଂରେ ଚଢାଉ କରିଥଲେ। ତେବେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଚାରିଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ।‌ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ।  

ପୁରୀରୁ ୫୫ ଲକ୍ଷର ବ୍ରାଉନସୁଗାର ଜବତ, ୪ ବେପାରୀଙ୍କୁ ବାନ୍ଧିଲା ପୋଲିସ

ପୁରୀ ୧୭/୨: ୪ ଚକିଆ ଗାଡିରେ ବସି ହାଇସ୍କୁଲ ନିକଟରେ ବିକ୍ରି କରୁଥିଲେ ଧଳା ଜହର । ଖବର ପାଇ ଅଚାନକ ରେଡ୍‌ କରିଥିଲା ପୋଲିସ । ପୁରୀ ଲୋକନାଥ ମନ୍ଦିର ନିକଟ ଗଦାଧର ହାଇସ୍କୁଲ ନିକଟରେ ବ୍ରାଉନସୁାଗର ବିକ୍ରି ଚାଲିଥିବାବେଳେ ୪ ଜଣ ଆନ୍ତଃଜିଲ୍ଲା ବେପାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୫୮୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ବଜାର ମୂଲ୍ୟ ୫୫ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । 

ଏଥିସହ ବେପାରୀଙ୍କ ଠାରୁ ନଗଦ ୭ ଲକ୍ଷ ୩୨ ହଜାର ଟଙ୍କା,ଗୋଟିଏ ଦେଶୀ ବନ୍ଧୁକ, ୪ଟି ଗୁଳି,୯ଟି ଫୋନ୍‌,ଗୋଟିଏ ୪ ଚକିଆ ଯାନ,ବାଇକ ଓ ବୁଲେଟ୍‌ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ କଣାସ ଥାନା କେଶରପୁର ଗାଁର ସୁମନ୍ତ ସୁନ୍ଦରା, ଜଳେଶ୍ବର ରାଜପୁର ଗାଁର ଏସ୍.କେ ସୁବେଦ, ଜଟଣୀର ଏସ୍.କେ ଇମତିଆଜ୍ ଓ ସତ୍ୟଜିତ ଦାସ।  

ପୁରୀ ଏସ୍‌ପିଙ୍କ କହିବା ମୁତାବକ ରବିବାର  ସନ୍ଧ୍ୟା ସମୟରେ ୪ ଅଭିଯୁକ୍ତ ଏକ ଚାରିଚକିଆ ଗାଡିରେ ବସି ଗଦାଧର ହାଇସ୍କୁଲ ନିକଟରେ ବ୍ରାଉନ ସୁଗାର ବିକ୍ରି କରୁଥିଲେ। ବିଶେଷ ସୂତ୍ରରୁ ଖବର‌ ପାଇ ଟାଉନ ଥାନା ପୋଲିସ ଗଦାଧର ହାଇସ୍କୁଲ ନିକଟ ପାର୍କିଂରେ ଚଢାଉ କରିଥଲେ। ତେବେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଚାରିଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ।‌ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ।