ପୁରୀରେ ଅଘଟଣ : ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଜଣେ ମୃତ, ୬ ଗୁରୁତର
ପୁରୀ ୧୨।୦୮ : ପୁରୀରେ ଅଘଟଣ। ବଜ୍ରପାତରେ ଜଣେ ମୃତ, ୬ ଜଣ ଗୁରୁତର। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଛଇତନା ନିକଟ ବିଲରେ କାମ କରୁଥିବା ସମୟରେ ମାରିଥିଲା ବଜ୍ରପାତ। ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ତେବେ ମୃତକ ହେଉଛନ୍ତି ବାଲିଘାଇ ଭୁଆଁ ଗ୍ରାମର କୁନ୍ତି ଭୋଇ। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ପୁରୀ ୧୨।୦୮ : ପୁରୀରେ ଅଘଟଣ। ବଜ୍ରପାତରେ ଜଣେ ମୃତ, ୬ ଜଣ ଗୁରୁତର। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଛଇତନା ନିକଟ ବିଲରେ କାମ କରୁଥିବା ସମୟରେ ମାରିଥିଲା ବଜ୍ରପାତ। ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ତେବେ ମୃତକ ହେଉଛନ୍ତି ବାଲିଘାଇ ଭୁଆଁ ଗ୍ରାମର କୁନ୍ତି ଭୋଇ। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଘୋଷଣା କରିଛନ୍ତି ଡାକ୍ତର ।