ପୁରୀରେ କଂସ ମହାରାଜ, ପାପମୋଚନ ପାଇଁ ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ

ପୁରୀ : ପୁରୀରେ କଂସ ମହାରାଜ । ପାପମୋଚନ ପାଇଁ ପୁରୀ ମହୋଦଧିରେ ବୁଡ଼ ପକାଇଲେ ବରଗଡ଼ ଧନୁଯାତ୍ରାର କଂସ କଳାକାର ହୃଷୀକେଶ ଭୋଇ । ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏଗାର ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରାର ଗତରାତିରେ ଯବନିକା ପଡ଼ିବା ପରେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ହୃଷୀକେଶ ଭୋଇ । ମହୋଦଧିରେ ସ୍ନାନ କରି ନିଜର ପଇତା ବିସର୍ଜନ ଓ ସୂର୍ଯ୍ୟ […] The post ପୁରୀରେ କଂସ ମହାରାଜ, ପାପମୋଚନ ପାଇଁ ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ appeared first on KNews Odisha.

ପୁରୀରେ କଂସ ମହାରାଜ, ପାପମୋଚନ ପାଇଁ ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ
kansa

ପୁରୀ : ପୁରୀରେ କଂସ ମହାରାଜ । ପାପମୋଚନ ପାଇଁ ପୁରୀ ମହୋଦଧିରେ ବୁଡ଼ ପକାଇଲେ ବରଗଡ଼ ଧନୁଯାତ୍ରାର କଂସ କଳାକାର ହୃଷୀକେଶ ଭୋଇ । ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏଗାର ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରାର ଗତରାତିରେ ଯବନିକା ପଡ଼ିବା ପରେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ହୃଷୀକେଶ ଭୋଇ ।

ମହୋଦଧିରେ ସ୍ନାନ କରି ନିଜର ପଇତା ବିସର୍ଜନ ଓ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ । ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଥିଲେ । ଏହା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସମୟରେ ପ୍ରଭୁ କୃଷ୍ଣ -ବଳରାମଙ୍କ ପ୍ରତି ଉଚ୍ଚାରଣ କରିଥିବା କଟୁ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ସେହିପରି ମୁନିଋଷିଙ୍କ ପ୍ରତି ଅତ୍ୟାଚାର କରିଥିବାରୁ କ୍ଷମା ମାଗିଛନ୍ତି ।

The post ପୁରୀରେ କଂସ ମହାରାଜ, ପାପମୋଚନ ପାଇଁ ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ appeared first on KNews Odisha.