ପୁରୀରେ ନୌବୀରଙ୍କ ପରାକ୍ରମ । ପହଞ୍ଚିଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସଦସ୍ୟ ।
କନକ ବ୍ୟୁରୋ: ପୁରୀରୁ ନୌବୀରଙ୍କ ପରାକ୍ରମ ଦେଖିବ ବିଶ୍ବ । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ପହଞ୍ଚି ସାରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ତମାମ ବିଧାୟକ ଓ ମନ୍ତ୍ରୀ ମଧ୍ୟ ପୁରୀରେ ପହଞ୍ଚିସାରିଛନ୍ତି । ତେବେ ନୌସେନା ଦିବସରେ ଶ୍ରୀକ୍ଷେତ୍ରରେ ପରାକ୍ରମ ଦେଖାଇବେ ମାର୍କୋସ କମାଣ୍ଡୋ । ଏଥିପାଇଁ ବ୍ଲୁ ଫ୍ଲାଗ୍ ବିଚରେ ରାଷ୍ଟ୍ରପତିଙ୍କ ସମେତ ୭ ହଜାର ୫ ଶହ ନିମନ୍ତ୍ରିତ ଅତିଥି ବସିବାର ବନ୍ଦୋବସ୍ତ କରାଯାଇଛି। ନୌବୀରଙ୍କ ପରାକ୍ରମ ଦେଖିବାକୁ ଭୁବନେଶ୍ବରରୁ ସ୍ବତନ୍ତ୍ର ବସ ଯୋଗେ ପୁରୀ ଯାଇଛନ୍ତି ମନ୍ତ୍ରୀ ଓ ବିଧାୟକ । ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ୫ଟି ଜେଟ୍ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ଅପରାହ୍ଣ ୪ଟା ୭ରେ ମଞ୍ଚରେ ପହଞ୍ଚିବେ ରାଷ୍ଟ୍ରପତି। ୩ଟା ୫୫ରୁ ୫ଟା ୪୦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମ ଶେଷରେ ଲେଜର ସୋ’ ଓ ଡ୍ରୋନ ସୋ ହେବ। ପୁରୀରୁ ବିଶ୍ବ ଦେଖୁଛି ପରାକ୍ରମ ୪୦ଟି ଏୟାରକ୍ରାଫ୍ଟ ଓ ୧୫ଟି ଯୁଦ୍ଧ ଜାହାଜ ଦେଖାଇବେ କଳାକୌଶଳ ଚେତକ ଓ ସି-କିଙ୍ଗ ହେଲିକପ୍ଟର ସାଜିବେ ମୁଖ୍ୟ ଆକର୍ଷଣ ଯୁଦ୍ଧ ଜାହାଜରେ ହେଲିକପ୍ଟର ଅବତରଣର ଦୃଶ୍ୟ ଦେଖିବେ ଦର୍ଶକ ହେଲିକପ୍ଟରରେ ସନ୍ଧାନ ଓ ଉଦ୍ଧାର ଦୃଶ୍ୟ ମଧ୍ୟ ନିଆରା ରହିବ ପୁରୀ ସମୁଦ୍ର

କନକ ବ୍ୟୁରୋ: ପୁରୀରୁ ନୌବୀରଙ୍କ ପରାକ୍ରମ ଦେଖିବ ବିଶ୍ବ । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ପହଞ୍ଚି ସାରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ତମାମ ବିଧାୟକ ଓ ମନ୍ତ୍ରୀ ମଧ୍ୟ ପୁରୀରେ ପହଞ୍ଚିସାରିଛନ୍ତି । ତେବେ ନୌସେନା ଦିବସରେ ଶ୍ରୀକ୍ଷେତ୍ରରେ ପରାକ୍ରମ ଦେଖାଇବେ ମାର୍କୋସ କମାଣ୍ଡୋ । ଏଥିପାଇଁ ବ୍ଲୁ ଫ୍ଲାଗ୍ ବିଚରେ ରାଷ୍ଟ୍ରପତିଙ୍କ ସମେତ ୭ ହଜାର ୫ ଶହ ନିମନ୍ତ୍ରିତ ଅତିଥି ବସିବାର ବନ୍ଦୋବସ୍ତ କରାଯାଇଛି। ନୌବୀରଙ୍କ ପରାକ୍ରମ ଦେଖିବାକୁ ଭୁବନେଶ୍ବରରୁ ସ୍ବତନ୍ତ୍ର ବସ ଯୋଗେ ପୁରୀ ଯାଇଛନ୍ତି ମନ୍ତ୍ରୀ ଓ ବିଧାୟକ । ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ୫ଟି ଜେଟ୍ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ଅପରାହ୍ଣ ୪ଟା ୭ରେ ମଞ୍ଚରେ ପହଞ୍ଚିବେ ରାଷ୍ଟ୍ରପତି। ୩ଟା ୫୫ରୁ ୫ଟା ୪୦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମ ଶେଷରେ ଲେଜର ସୋ’ ଓ ଡ୍ରୋନ ସୋ ହେବ।
ପୁରୀରୁ ବିଶ୍ବ ଦେଖୁଛି ପରାକ୍ରମ
- ୪୦ଟି ଏୟାରକ୍ରାଫ୍ଟ ଓ ୧୫ଟି ଯୁଦ୍ଧ ଜାହାଜ ଦେଖାଇବେ କଳାକୌଶଳ
- ଚେତକ ଓ ସି-କିଙ୍ଗ ହେଲିକପ୍ଟର ସାଜିବେ ମୁଖ୍ୟ ଆକର୍ଷଣ
- ଯୁଦ୍ଧ ଜାହାଜରେ ହେଲିକପ୍ଟର ଅବତରଣର ଦୃଶ୍ୟ ଦେଖିବେ ଦର୍ଶକ
- ହେଲିକପ୍ଟରରେ ସନ୍ଧାନ ଓ ଉଦ୍ଧାର ଦୃଶ୍ୟ ମଧ୍ୟ ନିଆରା ରହିବ
- ପୁରୀ ସମୁଦ୍ର ବାଲିରେ ଗଡ଼ିବ ବିଏମପି ଟ୍ୟାଙ୍କ
- ଟ୍ୟାଙ୍କର ବେଗ ରହିଛି ଘଣ୍ଟାପ୍ରତି ୬୫ କିଲୋମିଟର
- ଥରକେ ୪୫୦ କିଲୋମିଟର ଯିବାର କ୍ଷମତା
- ୪ କିଲୋମିଟର ମଧ୍ୟରେ ଶତ୍ରୁକୁ ନିପାତ କରିପାରେ ସକ୍ଷମ
- ମାର୍କୋସ କମାଣ୍ଡୋମାନେ ବିଭିନ୍ନ କଳା କୌଶଳ ଦେଖାଇବେ
- ଆକାଶରେ ଯୁଦ୍ଧ ବିମାନରୁ ନିଆଁ ବର୍ଷାର ଦୃଶ୍ୟ ନିଆରା ରହିବ
- ପୁରୀରେ ଶକ୍ତି ଦେଖାଇବ ମିଗ୍-୨୯କେ ବିମାନ
- ଯୁଦ୍ଧ ଜାହାଜରୁ ଆଣ୍ଟି ସବମରିନ ରକେଟ୍ ଫାୟାର କରାଯିବ
- ସମୁଦ୍ରରେ ବୋମାବର୍ଷାର ଦୃଶ୍ୟ ଦେଖିବେ ଦର୍ଶକ
- ଆକାସରେ ଏକାଠି ଉଡ଼ିବେ ନୌସେନାର ବିଭିନ୍ନ ଯୁଦ୍ଧ ବିମାନ
- ଅପରାହ୍ନରେ ବିଟିଂ ରିଟ୍ରିଟ୍ ସେରିମନି କାର୍ଯ୍ୟକ୍ରମ ଆୟୋଜନ କରାଯିବ