ପୁରୀରେ ବର୍ଣ୍ଣ ୟୁନିଟ ଖୋଲିବା ପାଇଁ ସଂସଦରେ ଦାବି କଲେ ସାଂସଦ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ସଂସଦର ଆଜି ପ୍ରଥମ ଦିବସରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି କଲେ ସାଂସଦ ସମ୍ବିତ ପାତ୍ର । ଗତ ମେ ମାସ ୨୯ ତାରିଖ ଦିନ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ପୋରଣ ହୋଇ ଦୁର୍ଘଟଣା ହୋଇଥିଲା, ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ୧୭ ଜଣଙ୍କ ପ୍ରାଣହାନି ହେବା ସହ ଅନେକ ଗୁରୁତର ଆହତ ହେଇଥିଲେ ଓ ଅନେକଙ୍କୁ ଉଚିତ ସମୟରେ ଚିକିତ୍ସା ସେବା ମିଳି […]

ପୁରୀରେ ବର୍ଣ୍ଣ ୟୁନିଟ ଖୋଲିବା ପାଇଁ ସଂସଦରେ ଦାବି କଲେ ସାଂସଦ ସମ୍ବିତ ପାତ୍ର
ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ସଂସଦରେ ଦାବି କଲେ ସାଂସଦ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ସଂସଦର ଆଜି ପ୍ରଥମ ଦିବସରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି କଲେ ସାଂସଦ ସମ୍ବିତ ପାତ୍ର । ଗତ ମେ ମାସ ୨୯ ତାରିଖ ଦିନ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ପୋରଣ ହୋଇ ଦୁର୍ଘଟଣା ହୋଇଥିଲା, ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ୧୭ ଜଣଙ୍କ ପ୍ରାଣହାନି ହେବା ସହ ଅନେକ ଗୁରୁତର ଆହତ ହେଇଥିଲେ ଓ ଅନେକଙ୍କୁ ଉଚିତ ସମୟରେ ଚିକିତ୍ସା ସେବା ମିଳି ପାରିନଥିଲା । ପୂରୀରେ ଆବଶ୍ୟକୀୟ ସ୍ବାସ୍ଥ୍ୟ ସୁବିଧା ନଥିବାରୁ ଏହିଭଳି ଘଟଣା ଘଟିଗଲା ବୋଲି ସେ କହିଛନ୍ତି । ତେଣୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏଥିପ୍ରତି ଧ୍ୟାନ ଦେବାକୁ ସେ ଗୃହରେ ଦାବୀ କରିଥିଲେ I

ଆଗକୁ ପୁରୀରେ ଏଭଳି ଅଘଟଣକୁ ଏଡ଼ାଇବା ପାଇଁ ଆଜି ସାଂସଦ ସମ୍ବିତ ପାତ୍ର ସଂସଦର ଜିରୋ ଆୱାରରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।