ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ତେବେ ବୃନ୍ଦାବତୀ ଭକ୍ତ ନିବାସରେ ରହି କାର୍ତ୍ତିକ ବତ୍ର କରୁଥିବା ଜଣେ ହବିଷ୍ୟାଳିଙ୍କ ଶନିବାର ମୃତ୍ୟୁ ଘଟଛି। ମୃତ ହବିଷ୍ୟାଳି ହେଉଛନ୍ତି କଣାସ ବ୍ଲକ ଅଧୀନ ବେଏଣ୍ଟା ଗ୍ରାମର ରତ୍ନମଣୀ ମଙ୍ଗରାଜ(୭୦)। ତେବେ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା […] The post ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ appeared first on Dharitri Odia News.

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ତେବେ ବୃନ୍ଦାବତୀ ଭକ୍ତ ନିବାସରେ ରହି କାର୍ତ୍ତିକ ବତ୍ର କରୁଥିବା ଜଣେ ହବିଷ୍ୟାଳିଙ୍କ ଶନିବାର ମୃତ୍ୟୁ ଘଟଛି। ମୃତ ହବିଷ୍ୟାଳି ହେଉଛନ୍ତି କଣାସ ବ୍ଲକ ଅଧୀନ ବେଏଣ୍ଟା ଗ୍ରାମର ରତ୍ନମଣୀ ମଙ୍ଗରାଜ(୭୦)। ତେବେ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ରତ୍ନମଣି ବୃନ୍ଦାବତୀ ଭକ୍ତ ନିବାସର ପ୍ରଥମ ମହଲାର ୧୦୩ ନମ୍ବର ରୁମ୍‌ରେ ରହି କାର୍ତ୍ତିକ ବ୍ରତ କରୁଥିଲେ। ତେବେ ଶୁକ୍ରବାର ରତ୍ନମଣୀ ଶୌଚ ପାଇଁ ବୃନ୍ଦାବତୀ ନିବାସ ପରିସରରେ ଥିବା ଶୌଚାଳୟକୁ ଯାଇଥିଲେ। ହେଲେ କୌଣସି କାରଣରୁ ସେ ଶୌଚାଳୟରେ ପଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ବୃନ୍ଦାବତୀ ନିବାସଠାରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ପୁରୀ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଡାକ୍ତର ଚିକିତ୍ସା ପରେ ହାତରେ ଗଭୀର ଆଘାତ ଲାଗିବା ସହ ହାଡ଼ ଭାଙ୍ଗିଥିବା ଜଣାଇଥିଲେ। ପରେ ତାଙ୍କୁ ମହିଳା ମେଡଶିନ ୱାର୍ଡରେ ଆଡ୍‌ମିଟ କରାଯାଇ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୯ଟାରେ ରତ୍ନମଣୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ପରିବାର ଲୋକ ରତ୍ନମଣୀଙ୍କ ମୃତ୍ୟୁ ପାଇଁ ଚିକିତ୍ସା ଅବହେଳାକୁ ଦାୟୀ କରିବା ସହ ସରକାରଙ୍କ ପକ୍ଷରୁ କୌଣସି ସହଯୋଗ ଯୋଗଇ ଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି। ତେବେ ପରିବାର ଲୋକଙ୍କ ଅଭିଯୋଗକୁ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲା ପ୍ରଶାସନର କୌଣିସ ପ୍ରତିକିୟା ମିଳିପାରି ନାହିଁ।

The post ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ appeared first on Dharitri Odia News.